Thursday , March 23 2023
Home / ବିଶେଷ / ନୂତନ କେନ୍ଦ୍ରାପଡା ପୋଷ୍ଟାଲ ଡିଭିଜନ ପ୍ରତିଷ୍ଠା ପରେ  ଅନଲାଇନ ଡାଟା ମାଇଗ୍ରେସନ ପାଇଁ  ଅପ୍ରେଲ୯ରୁ ୧୨ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଡାକ ସେବା ବନ୍ଦ ରହିବ

ନୂତନ କେନ୍ଦ୍ରାପଡା ପୋଷ୍ଟାଲ ଡିଭିଜନ ପ୍ରତିଷ୍ଠା ପରେ  ଅନଲାଇନ ଡାଟା ମାଇଗ୍ରେସନ ପାଇଁ  ଅପ୍ରେଲ୯ରୁ ୧୨ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଡାକ ସେବା ବନ୍ଦ ରହିବ

କେନ୍ଦ୍ରାପଡା, ୦୯/୦୪/୨୦୨୧(ଓଡ଼ିଶା ସମାଚାର)- କଟକ ଦକ୍ଷିଣ ମଣ୍ଡଳ ଡିଭିଜନ ଅଧିନରେ ଥିବା କେନ୍ଦ୍ରାପଡା ଜିଲ୍ଲାକୁ ଏକ ନୂତନ କେନ୍ଦ୍ରାପଡା ପୋଷ୍ଟାଲ ଡିଭିଜନ ଭାବରେ ପ୍ରତିଷ୍ଠା କରାଯାଇଛି । ଏଥିନିମନ୍ତେ ଜିଲ୍ଲାର ସମସ୍ତ ପୋଷ୍ଟାଲ ଡାଟା ଅନଲାଇନ ମାଇଗ୍ରେସନ କରାଯିବା ଉଦେଶ୍ୟରେ ଆସନ୍ତା ଅପ୍ରେଲ ୯ତାରିଖ ଠାରୁ ୧୨ତାରିଖ ପର୍ଯ୍ୟନ୍ତ ୪ଦିନ ଜିଲ୍ଲାର ସମସ୍ତ ଡାକ ସେବା ବନ୍ଦ ରହିବ ବୋଲି କେନ୍ଦ୍ରାପଡା ପୋଷ୍ଟାଲ ଡିଭିଜନର ସୁପରିନଟେଣ୍ଡେଟ ନିରଞ୍ଜନ ମହାନ୍ତି ଏବଂ ସହକାରୀ ସୁପରିନଟେଣ୍ଡେଟ ଦେବାଶିଷ ଶତପଥୀ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.