ଗରଦପୁର, ୦୯/୦୪/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକର କୃଷି ଓ କୃଷକଙ୍କ ସଶକ୍ତିକରଣ ନିମନ୍ତେ ଓଡିଶା ସରକାରଙ୍କ କୃଷି ବିଭାଗ ତରଫରୁ ବ୍ଲକ୍ ରେ କୃଷି ସଚେତନତା ରଥ ବୁଲୁଅଛି । ଏହି ରଥ ଗତ ୬ ତାରିଖରୁ ବୁଲିବା ଆରମ୍ଭ କରିଥିବାବେଳେ ଏହା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବ୍ଲକ୍ ର ସମସ୍ତ ୧୮ଟି ପଂଚାୟତରେ ବୁଲି କୃଷକମାନଙ୍କୁ ବିଭିନ୍ନ ସଚେତନତା ବାର୍ତା ପ୍ରଦାନ କରିବ । ଏହି ରଥ ସହିତ ଦୁଇ ଜଣ ଅଭିନେତା ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଲୋକମାନଙ୍କୁ କୃଷି ସମ୍ପକୀର୍ତ ସଚେତନତା ବାର୍ତା ପ୍ରଦାନ କରୁଛନ୍ତି । ଏହି ରଥରେ ବଳରାମ ଯୋଜନା, ସୋଲାର ପମ୍ପସେଟ୍ ଯୋଜନା, ଡାଲି ଫସଲରେ ଡିଏପି ସାର ସିଂଚନ, ବିହନ ବିଶୋଧନ, ରୋଗ, ପୋକ ସର୍ବେକ୍ଷଣ ଓ ପରିଚାଳନା, ସର୍ବୋପରି କରୋନା ସଚେତନତା ବାର୍ତା ସହିତ ସରକାରଙ୍କ କୃଷି ଓ କୃଷକର ଉନ୍ନତି ପାଇଁ ବିଭିନ୍ନ ଯୋଜନାର ସଫଳ ରୂପାୟନ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଉଛି । ଏହି କାର୍ଯ୍ୟକ୍ରମ ଗରଦପୁର ବ୍ଲକ୍ ସହକାରୀ ବୈଷୟିକ ପରିଚାଳକ ଅଭୟ କୁମାର ପରିଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯାଉଛି । ଓଡ଼ିଶା ସମାଚାର