Saturday , April 1 2023
Breaking News
Home / ସ୍ୱାସ୍ଥ୍ୟ / କୋଭିଡ଼ ଟୀକା କରଣ

କୋଭିଡ଼ ଟୀକା କରଣ

ପାଟକୁରା,୦୯/୦୪/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା କୋରୁଆ, ଗରଦପୁର, ମଧୁଶାସନ, ତେଣ୍ଡାକୁଡ଼ା ନୂତନ ପ୍ରାଥମିକ ସ୍ୱାସ୍ଥୃ୍ୟ କେନ୍ଦ୍ରରେ ୪୫ ବର୍ଷ ରୁ ଉଦ୍ଧ୍ୱର୍ ବୟସ୍କ ବ୍ୟକ୍ତିମାନେ କୋଭିଡ଼ ଟୀକା ନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ପାଟକୁରା ମେଡ଼ିକାଲ ସୂତ୍ରରୁ ପ୍ରକାଶ ଯେ ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଅବରାହ୍ନ ୩ ଟା ସୁଦ୍ଧା ୭୭ ଜଣ ଙ୍କୁ ଟୀକା ଦିଆଯାଇଛି । ସେହିପରି କୋରୁଆ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୩୦ ଜଣ, ଗରଦପୁର ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୭୦ ଜଣ, ମଧୁଶାସନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ତେଣ୍ଡାକୁଡ଼ା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମୋଟ ୧୦୦ ଜଣ ଙ୍କୁ ଆଜି ପ୍ରଥମ ପର୍ଯ୍ୟାୟ କୋଭିଟ ଟୀକା କରଣ କରାଯାଇଥିବା ପାଟକୁରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ଼ ହିମାଂଶୁ ଭୁଷଣ ସଢ଼ଙ୍ଗୀ ସୂଚନା ଦେଇଛନ୍ତି । ଗତ ସପ୍ତାହ ଠାରୁ ରାଜ୍ୟରେ କରୋନା ସଂଙ୍କ୍ରମଣ ଦଅତ ଗତିରେ ବଢୁଥିବାରୁ ଲୋକମାନେ କୋଭିଡ଼ ଟୀକା ନେବାପାଇଁ ଆଗ୍ରହ ପ୍ରକାଶ କରୁଥିବା ସମ୍ପର୍କରେ ଡ଼ ସଢ଼ଙ୍ଗି ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.