ପାରାଦୀପ ୦୯/୦୪/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ପୋର୍ଟ କ୍ରିକେଟ ଜିଲ୍ଲା ଆନୁକୁଲ୍ୟରେ ପାରାଦ୍ୱୀପର ଗୋପବନ୍ଧୁ ଷ୍ଟାଡିୟମ ଠାରେ ଓଡିଶା କ୍ରିକେଟ ଆସୋସିଏସନ (ଓସିଏ) ଦ୍ୱାରା ଆୟୋଜିତ ସିନିୟର ଓ ୧୯ ବର୍ଷରୁ କମ୍ ଆନ୍ତଃ କ୍ଳବ କି୍ରକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ମାର୍ଚ୍ଚ ୨୬ରୁ ଏପି୍ରଲ ମାସ ୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ ପୋର୍ଟ କ୍ଳବ ଏବଂ ଅଫିସର୍ସ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପୋର୍ଟ କ୍ଳବ ପ୍ରଥମେ ବ୍ୟାଟିଂ କରି ୪୯ ଓଭରରେ ସମସ୍ତ ଉଇକେଟ୍ ହରାଇ ୩୦୨ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଅଫିସର୍ସ କ୍ଳବ ୪୯.୫ ଓଭରରେ ସମସ୍ତ ଉଇକେଟ ହାଇ ୨୭୧ ରନ କରି ପରାଜୟ ବରଣ କରିଥିଲା ଏବଂ ପୋର୍ଟ କ୍ଳବ ୩୧ ରନ୍ ରେ ଫାଇନାଲ ମ୍ୟାଚରେ ବିଜୟୀ ହୋଇଥିଲା । ଏହି ଟୁର୍ଣ୍ଣାମେଂଟରେ ସୁଭମ କୁମାର ଶ୍ରେଷ୍ଠ ବ୍ୟାଟସମ୍ୟାନ, ସୂର୍ଯ୍ୟକାନ୍ତ ଜେନା ଶ୍ରେଷ୍ଠ ବୋଲର ଏବଂ କେଶବ ନେଗି ମ୍ୟାନ ଅଫ୍ ଦି ସିରିଜ ଭାବେ ବିବେଚିତ ହୋଇଥିଲା । ଫାଇନାଲ ମ୍ୟାଚରେ ଅମ୍ପେୟାର ଭାବେ ଜର୍ଜ ପଲ୍ ରବିନସନ, ନିହାର ବଳିଆରସିଂହ, ଦେବେନ୍ଦ୍ର ନାୟକ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ସଞ୍ଜିତ ଜେନା ଓ ରାଜକିଶୋର ମଣ୍ଡଳ ସହଯୋଗ କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ପାରାଦ୍ୱୀପ ବନ୍ଦର ଡିସି ଅତୁଲ୍ୟ କୁମାର ମହାପାତ୍ର, ପାରାଦ୍ୱୀପ ପୋର୍ଟ ସ୍ପୋର୍ଟ୍ସ କାଉନସିଲ କାର୍ଯ୍ୟକାରୀ ସଭାପତି ବବଲୁ ସିକଦାର ଓ ପାରାଦ୍ୱୀପ ଗଲ୍ଫ କ୍ଳବର ବରିଷ୍ଠ ସଭ୍ୟ ଅକ୍ଷୟ କୁମାର ସୁତାର ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳ ଓ ଖେଳାଳୀଙ୍କୁ ଟ୍ରଫି ସହ ପୁରସ୍କାର ବିତରଣ କରିଥିଲେ । ଏହି ଟୁର୍ଣ୍ଣାମେଂଟରେ ପାରାଦ୍ୱୀପ ବନ୍ଦର କ୍ରିଡା ଉପଦେଷ୍ଟା ତଥା ଓସିଏ ସଭ୍ୟ ରବିନ୍ଦ୍ର କୁମାର ଦାସ, ପାରାଦ୍ୱୀପ ପୋର୍ଟ କ୍ରିକେଟ ଟିମ୍ ଅଧିନାୟକ ମାନସ ରଞ୍ଜନ ସେଠୀ, ଜିକେଏସ୍ ସମ୍ପାଦକ ଆର୍.ବେଉରା ପ୍ରମୁଖ ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ । ଓଡ଼ିଶା ସମାଚାର