Saturday , April 1 2023
Breaking News
Home / ବିଶେଷ / ଅଷ୍ଟମପ୍ରହରୀ ନାମ ଯଜ୍ଞ ଓ ହରିହାଟ ଉତ୍ସବ

ଅଷ୍ଟମପ୍ରହରୀ ନାମ ଯଜ୍ଞ ଓ ହରିହାଟ ଉତ୍ସବ

ପାଟକୁରା,୦୯/୦୪/୨୦୨୧(ଓଡ଼ିଶା ସମାଚାର)- ଗରଦପୁ ବ୍ଲକ୍ ଅନ୍ତର୍ଗତ ବେଡ଼ାରୀ ପଂଚାୟତର ଶ୍ରୀଚନ୍ଦପୁର ଗ୍ରାମର ଆଖଣ୍ଡଳମଣି ମନ୍ଦିର ପରିସରରେ ଗ୍ରାମବାସୀଙ୍କ ପକ୍ଷରୁ ୧୩ତମ ଅଷ୍ଟମପ୍ରହରୀ ନାମ ଯଜ୍ଞ ଓ ହରିହାଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ନାମଯଜ୍ଞ ଉତ୍ସବରେ ଗରଦପୁର, ତିର୍ତୋଲ ଓ ମାର୍ଶାଘାଇ ବ୍ଲକ୍ ଅଂଚଳରୁ ବଛା ବଛା ୧୦ ଗୋଟି ସଂଙ୍କିର୍ତନ ମଣ୍ଡଳୀ ସଂଙ୍କିର୍ତନପରିବେଷଣ କରିଥିଲେ । ସନ୍ଧ୍ୟାରେ ହରିହାଟ ଉତ୍ସବ ଦେଖିବା ପାଇଁ ସ୍ଥାନୀୟ ଆଖ ପାଖ ଗ୍ରାମ ଗୁଡ଼ିକରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଯୋଗ ଦେଇଥିବାବେଳେ କେନ୍ଦ୍ରାପଡ଼ା ପବ୍ଲିକ୍ ସ୍କୁଲ ର ପ୍ରତିଷ୍ଠାତା ଅଜୟ ରାଉତ ଯୋଗଦେଇ ଆୟୋଜକ ଓ ଗ୍ରାମବାସୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅଷ୍ଟମପ୍ରହରୀ ନାମ ଯଜ୍ଞ କାର୍ଯ୍ୟକ୍ରମରେ ସ୍ଥାନୀୟ ଆଖ ପାଖ ଗ୍ରାମର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.