Saturday , September 25 2021
Breaking News
Home / ସ୍ୱାସ୍ଥ୍ୟ / ପାରାଦୀପ ବନ୍ଦର ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ପାରାଦୀପ ବନ୍ଦର ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ପାରାଦୀପ ୦୭/୦୪/୨୦୨୧(ଓଡ଼ିଶା ସମାଚାର)- ବୁଧବାର ଦିନ ପାରାଦୀପ ବନ୍ଦର ପକ୍ଷରୁ  ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ପାରାଦୀପ ବନ୍ଦର ର ଉପାଧ୍ୟକ୍ଷ ଏ.କେ.ବୋଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଶୋଭାଯାତ୍ରା ର ଶୁଭାରମ୍ଭ କରିଥିଲେ । ଏହି ଅବସର ରେ ଏକ ସଚେତନତା ଶୋଭାଯାତ୍ରା ବନ୍ଦର ଚିକିତ୍ସାଳୟ ରୁ ବାହାରିଥିଲା । ଚଳିତ ବର୍ଷ ର ଅନୁଚିନ୍ତା ଥିଲା ସମସ୍ତ ଙ୍କ ପାଇଁ ସ୍ୱଛ, ସ୍ୱାସ୍ଥ୍ୟ ବିଶ୍ୱ । କୋଭିଡ୍-୧୯ ପରିସ୍ଥିତି ରେ କୋଭିଡ୍ ନିୟମାବଳୀ ପାଳନ କରି ଡାକ୍ତର, ପାରାମେଡିକାଲ୍ ଷ୍ଟାଫ, ପାରାଦୀପ ବନ୍ଦର ର ବିଭିନ୍ନ ବିଭାଗୀୟ ମୁଖ୍ୟ ଯୋଗେଦଇଥିଲେ । ବନ୍ଦର ଚିକିତ୍ସାଳୟ ପରିସର ରେ କ୍ୟାନ୍ସର୍, ଡାଇବେଟିସ୍,ହୃଦ୍ରୋଗ, ଅସ୍ଥିଶଲ୍ୟ, ଉଚ୍ଚରକ୍ତ ଚାପ,ଚକ୍ଷୁ,ସ୍ନାୟୁ ରୋଗ,ମୂତ୍ର ରୋଗ ଆଦି ର ପରୀକ୍ଷା କରାଯାଇଥିଲା । ଶେଷ ରେ ଚିକିତ୍ସାଳୟ ସମ୍ମିଳନୀ କକ୍ଷ ରେ କ୍ୟାନସର ସଚେତନତା ସଂପର୍କିତ ଆଲୋଚନା ଚକ୍ର କଟକ ର ପଣ୍ଡା କ୍ୟୁରୀ ହସପିଟାଲ୍ ପକ୍ଷରୁ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ମୁଖ୍ୟ ଚିକିତ୍ସାଧିକାରୀ ଡା.ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡା । ଏହି ଅବସର ରେ ୨୦୬ ଜଣ ଙ୍କ ର ବିଭିନ୍ନ ରୋଗ ସଂପର୍କିତ ପରୀକ୍ଷଣ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୭୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ – ୧୦୧ ଜଣ ଶିଶୁ ଆକ୍ରାନ୍ତ – ୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୨/୦୯/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୭୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *