Tuesday , March 28 2023
Breaking News
Home / ରାଜନୀତି / ୯ନମ୍ବର ଜୋନରେ ବିଜେପିର ୪୧ତମ ପ୍ରତିଷ୍ଠା ଦିବସ ପାଳିତ

୯ନମ୍ବର ଜୋନରେ ବିଜେପିର ୪୧ତମ ପ୍ରତିଷ୍ଠା ଦିବସ ପାଳିତ

କେନ୍ଦ୍ରାପଡା, ୦୮/୦୪/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ପାଟକୁରାର ୯ନମ୍ବର ଜୋନର ମଧୁଶାସନ ଗ୍ରାମପଂଚାୟତରେ  ଭାରତୀୟ ଜନତା ପାର୍ଟିର ୪୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶୁଭ୍ରାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସେକ ନୌସାଦ ଅହେମଦ, ମାନସ ରଞ୍ଜନ ମହାନ୍ତି,ଗତିକୃଷ୍ଣ ଦାସ, ହୃଷିକେଶ ତ୍ରିପାଠୀ, ସତ୍ୟାନନ୍ଦ ନାୟକ, ବିଶ୍ୱନାଥ ସାହୁ, ଶ୍ରୀଧର ଦାସ, ଅମିତ କୁମାର ଦାସ, ହୃଶିକେଶ ଶତପଥୀ, ନିରଞ୍ଜନ ପଣ୍ଡା, ସଞ୍ଜିବ କୁମାର ଦାସ, ରାଜନାରାୟଣ ମହାନ୍ତି, କୈଳାସ ଚନ୍ଦ୍ର ଜେନା, ନିର୍ମଳ ଚନ୍ଦ୍ର ମହାନ୍ତି, ରବିନାରାୟଣ ସେଠୀ ପ୍ରମୁଖ ଯୋଗଦେଇ  ୧୯୮୦ମସିହାରେ ପ୍ରତିଷ୍ଠା କରାଯାଇଥିବା  ଏହି ଦଳ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ଭାବେ ମାନ୍ୟତା ପାଇଛି । ପ୍ରତିଷ୍ଠା ସମୟରୁ ଦଳର ଲକ୍ଷ୍ୟ ଓ ଆଭିମୁଖ୍ୟ ପୁରଣ କରିବାକୁ ଯାଇ ସଂସଦରେ ମାତ୍ର ୨ଜଣ ସାଂସଦ ଥିବା ବେଳେ ଆଜି ୩୦୩ଜଣ ସାଂସଦ ବିଶିଷ୍ଟ ଏକକ ସଂଖ୍ୟାଗରିଷ୍ଠତା ଦଳ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଏକ ସ୍ଥିର ଶାସନ ଦେଇପାରିଛି ବୋଲି ମତବ୍ୟକ୍ତ କରିଥିଲେ ।  ଭାରତ ଆଜି କରୋନା ଭଳି ମହାମାରୀର ସଫଳ ମୁକାବିଲା କରି ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.