Monday , March 20 2023
Breaking News
Home / ଶିକ୍ଷା / ସାଲେପୁର କଲେଜ ଓ ହାଇସ୍କୁଲ ରେ   ଉଦଘାଟନ ଓ ଶିଳାନ୍ୟାସଉତ୍ସବ :କୋଭିଡ କଟକଣା କୁ ଫୁ

ସାଲେପୁର କଲେଜ ଓ ହାଇସ୍କୁଲ ରେ   ଉଦଘାଟନ ଓ ଶିଳାନ୍ୟାସଉତ୍ସବ :କୋଭିଡ କଟକଣା କୁ ଫୁ

ସାଲେପୁର:୦୮/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) -ସାଲେପୁର ସରକାରୀ ଉଚ୍ଚବିଦ୍ୟାଳୟ ର ନବୀକରଣ ଓ ଅଡ଼ିଟୋରିୟମ ର ଶୁଭ ଉଦଘାଟନ ଉତ୍ସବରେ  ଉଦଘାଟକ ଭାବେ ଆଇନ ମନ୍ତ୍ରୀ ପ୍ରତାପ ଜେନା,ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ ସାହୁଯୋଗ ଦେଇ ଥିବା ବେଳେ,  ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଏହି ଉତ୍ସବ ରେ ସଭାପତିତ୍ୱ କରିଥିଲେ  । ସେହିପରି ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ ର ଶୈଖିକ  ଭବନ,ଛାତ୍ରାବାସ ଶ୍ରେଣୀ ପ୍ରକୋଷ୍ଠ ର ସମ୍ପ୍ରସାରଣ ଓ ନବୀକରଣ ର ଶୁଭ ଶିଳାନ୍ୟାଶ ଉତ୍ସବ ରେ ମନ୍ତ୍ରୀ ପ୍ରତାପ ଜେନା,ମନ୍ତ୍ରୀ ଅରୁଣ ସାହୁ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇଥିଲେ  ।ସମ୍ପ୍ରତି କୋଭିଡ଼କଟକଣା କୁ କଡାକଡି କରାଯାଇ ଥିବା ବେଳେ   ଏହି ଦୁଇ ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ରେ କିପରି ମନ୍ତ୍ରୀ ଓ ବିଧାୟକ ଯୋଗଦେଲେ ସେନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି  ।କୋରନା ର ପ୍ରକୋପ ବୃଦ୍ଧି ପାଇବାକୁ ଲାଗିଥିଲାବେଳେ   ନେତାମାନଙ୍କ ର ସଭାସମିତି ର ମୋହ ଛାଡୁ ନଥିବା କୁହାଯାଉଛି ।ଏଠାରେ ଉଲେଖନୀୟ ଯେ ଶହ ଶହ  ସଂଖ୍ୟା ରେ ଛାତ୍ର ଛାତ୍ରୀ ଙ୍କୁ ଏକାଠି କରି ସଭାକରିବାକୁ ଅନୁମତି କିଏ ଦେଲେ ଅଞ୍ଚଳ ରେ ଚର୍ଚ୍ଚା ଜୋରଧରିଛି। ଅନ୍ୟପକ୍ଷରେ ରାଜ୍ୟସରକାର ନବମ ଓ ଏକାଦଶ ଶ୍ରେଣୀ ର ପାଠପଢା କୁ କରୋନା ପାଇଁ ସ୍ଥଗିତ ରଖି  ଛନ୍ତି.ଏହାରଉଚସ୍ତରିୟ ତଦନ୍ତ ଆବଶ୍ୟକ ବୋଲି ବିରୋଧୀ ଦଳ ପକ୍ଷ ରୁ ମତପ୍ରକାଶ ପାଇଛି   । ଓଡ଼ିଶା ସମାଚାର

Leave a Reply

Your email address will not be published.