ସାଲେପୁର,୦୮/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ଆଜି ମଧ୍ୟାହ୍ନ ସମୟରେ କଟକ ଚାନ୍ଦବାଲି ରାସ୍ତାର ପିରବାଜାର ତାରିଣୀ ଛକ ଠାରେ ଏକ ତେଲ ବୋଝେଇ ଟ୍ରକ ଭାରସ୍ୟାମ ହରାଇ ସେଠାରେ ଥିବା ଏକ ସର୍ବତ ଦୋକାନ ଗୃହ ଆଡ଼କୁ ମାଡି ଯାଇଥିଲା। ଏହା ଫଳରେ ସେଠାରେ ଥିବା ଲୋକଙ୍କ ଉପରେ ଟ୍ରକ୍ ଟି ମାଡ଼ିଯାଇଥିଲା।ଥଣ୍ଡା ଦୋକାନ ହୋଇଥିବାରୁ ଖରାଦାଉରୁ ରକ୍ଷାପାଇବା ପାଇଁ ବାଟୋଇମାନେ ଥଣ୍ଡା ପାନୀୟ ପିଇବା
ପାଇଁ ଓହ୍ଲେଇଥାନ୍ତି,ଘଟଣା ସ୍ଥଳରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଆଉ ଦୁଇଜଣଙ୍କ ଅବସ୍ଥାଗୁରୁତରହୋଇଛି ।ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ , ଯେହେତୁ ସେ ଜଣେ ବାଟୋଇ ଥିଲେ । ଘଟଣା ସ୍ଥଳେରେ ଜଗତପୁର ପୋଲିସ ଓ ଫାୟାର ଗାଡ଼ି ପହଞ୍ଚି ଗୁରୁତରଙ୍କୁ କଟକ ବଡ଼ମେଡ଼ିକାଲ କୁ ପଠାଇ ଗାଡିଟିକୁ ଜବତ କରିବା ସହିତ ସେଠାରେ ଦେଖା ଯାଇଥିବା ପ୍ରବଳ ଉତେଜନା କୁ ନିୟନ୍ତ୍ରିତ କରିଛି।ଓଡ଼ିଶା ସମାଚାର