କେନ୍ଦ୍ରାପଡା, ୦୮/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ପରିଷଦ କାର୍ଯ୍ୟାଳୟର ବରିଷ୍ଠ ସହାୟକ ମନୋଜ କୁମାର ପରିଡାଙ୍କୁ ଶ୍ରମିକ ନେତା ଅଶୋକ କୁମାର ତ୍ରିପାଠୀ ସମ୍ବର୍ଦ୍ଧିତ କରିଛନ୍ତି । ଜଣେ ସଚ୍ଚୋଟ,କର୍ତବ୍ୟ ପରାୟଣ, ନିଷ୍ଠାପର ସରକାରୀ କର୍ମଚାରୀ, ମିଷ୍ଠଭାଷୀ, ନିରବଛିନ୍ନ ଭାବେ ସେବା ମନୋଭାବ ନେଇ ଜନସାଧାରଣଙ୍କୁ ସେବା କରୁଥିବା ଓ ଭୟଙ୍କର ମହାମାରୀ କୋଭିଡ ସମୟରେ ନିଜ ଜୀବନକୁ ବିପନ୍ନକରି ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ସେବା କରିବାର ମନୋଭାବ ଯୋଗୁଁ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିବା ଶ୍ରୀ ପରିଡାଙ୍କୁ ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ତ୍ରିପାଠୀ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ପହଁଚି ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ପ୍ରଦୀପ୍ତ ସାମଲ, ମନୋଜ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର