Monday , October 18 2021
Breaking News
Home / ସ୍ୱାସ୍ଥ୍ୟ / ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି – ୨୪ ଘଣ୍ଟା ମଧ୍ୟରେ ୮୭୯ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି – ୨୪ ଘଣ୍ଟା ମଧ୍ୟରେ ୮୭୯ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୦୮/୦୪/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କାଲି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୮ ଶହ ଆଡ଼କୁ ମୁହାଁଇଥିବାବେଳେ ଆଜି ୯ ଶହ ଆଡ଼କୁ ମୁହାଁଇଛି । ଖୁବ ଶୀଘ୍ର ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହଜାର ଟପିବା ଅନୁମାନ କରାଯାଉଛି । ୨୪ ଘଣ୍ଟା ମଧ୍ୟରେ ୮୭୯ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୧୮ ଜଣ ସଙ୍ଗରୋଧ କେନ୍ଦ୍ରରେ ରେ ରହିଥିବା ବେଳେ ୩୬୧ଜଣ ସ୍ଥାନୀୟ ବାସିନ୍ଦା ।ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨୦ଜଣ, ବାଲେଶ୍ୱର ଜିଲ୍ଲାରୁ ୨୨ଜଣ, ବରଗଡ଼ ଜିଲ୍ଲାରୁ ୫୩ଜଣ, ଭଦ୍ରକ ଜିଲ୍ଲାରୁ ୧୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୬ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୫୦ଜଣ, ଦେଓଗଡ଼ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୩୧ଜଣ, ଜଗତସିଂହପୁର ଜିଲ୍ଲାରୁ ୨ଜଣ, ଯାଜପୁର ଜିଲ୍ଲାରୁ ୧୫ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୩ଜଣ, କଳାହାଣ୍ଡି ଜିଲ୍ଲାରୁ ୪୩ଜଣ, କନ୍ଧମାଳ ଜିଲ୍ଲାରୁ ୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯ଜଣ, କେନ୍ଦୁଝର ଜିଲ୍ଲାରୁ ୨୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୪୪ଜଣ, କୋରାପୁଟ ଜିଲ୍ଲାରୁ ୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୯ଜଣ, ନୟାଗଡ଼ ଜିଲ୍ଲାରୁ ୬ଜଣ, ନୂଆପଡ଼ା ଜିଲ୍ଲାରୁ ୬୧ଜଣ, ପୁରୀ ଜିଲ୍ଲାରୁ ୪୫ଜଣ, ରାୟଗଡ଼ା ଜିଲ୍ଲାରୁ ୧୩ଜଣ, ସମ୍ବଲପୁର ଜିଲ୍ଲାର ୪୮ଜଣ, ସୋନପୁର ଜିଲ୍ଲାରୁ ୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୩୧ଜଣ, ଷ୍ଟେଟ୍ ପୁଲ୍ରୁ ୩୨ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୫୫୨୬ରେ ପହଞ୍ଚିଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୪୫୫୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୮୬୬୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ୪୮୮୮ ଜଣ ସକ୍ରିୟ ଚିକିତ୍ସାଧିନ ଅଛନ୍ତି । ଆଜି ସୁଦ୍ଧା ରାଜ୍ୟରେ ମୋଟ୍ ୯୨୭୫୬୩୧ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

ମେରୁଦଣ୍ଡ ରୋଗ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ଏବଂ ଶୀଘ୍ର ଚିକିତ୍ସା କରିବା ଅତ୍ୟନ୍ତ ଜରୁରି ଅଟେ

ଭୁବନେଶ୍ୱର,୧୬/୧୦/୨୦୨୧(ଓଡ଼ିଶା ସମାଚାର)- ବାର୍ଦ୍ଧକ୍ୟ ପ୍ରକ୍ରିୟା ହେତୁ ସାଧାରଣ ଟିସୁ ଗଠନ ଏବଂ କାର୍ଯ୍ୟର କ୍ଷୟକୁ ଡିଜେରେଟିଭ୍ ରୋଗ ବୋଲି କୁହାଯାଏ …

Leave a Reply

Your email address will not be published. Required fields are marked *