ଭୁବନ ୦୮/୦୪/୨୦୨୧(ଓଡ଼ିଶା ସମାଚାର)-ଭୁବନ ବନବିଭାଗ ତରଫରୁ ଆଜି ଚୋରା ଚାଲାଣ ହେଉଥିବା ୨ ଟି ମାଙ୍କଡା ପଥର ଟ୍ରକ କୁ ଜବତ କରାଯାଇଥିବା ଜଣାପଡିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ , ଜିରାଳ ଅଂଚଳରେ ପ୍ରବଳ ମାତ୍ରାରେ ଚୋରା ମାଙ୍କଡା ପଥର ଚାଲାଣ ହେଉଥିବା ଅଭିଯୋଗ ପାଇ ଆଜି ଭୋର ସମୟରେ ଭୁବନ ଫରେଷ୍ଟ ରେଞ୍ଜର ଅନୀତା ସେଠୀ ,ଫରେଷ୍ଟର କବିତା ବିଶ୍ୱାଳ,ଫରେଷ୍ଟ ଗାର୍ଡ ସନ୍ତୋଷ ବେହେରା ପ୍ରମୁଖ ସ୍କ୍ୱାର୍ଡ ପେଟ୍ରୋଲିଂ ରେ ଯାଇଥିବା ବେଳେ ଜିରାଳ ନିକଟରେ ଓଆର ୦୯ ଏଫ- ୦୩୩୫ ଏବଂ ଓଆର ୦୬-୪୮୦୯ ଦୁଇଟି ଟ୍ରକ ମାଙ୍କଡା ପଥର ନେଇ ଆସୁଥିବା ବେଳେ ବନବିଭାଗ ସ୍କ୍ୱାର୍ଡ ହାବୁଡରେ ପଡିଥିଲେ । ବନ ବିଭାଗ କୁ ଦେଖି ୨ ଟି ଟ୍ରକର ଡ୍ରାଇଭର ଗାଡି ଛାଡି ପଳାଇ ଯାଇଥିଲେ । ଟ୍ରକ ଦୁଇଟିକୁ ଭୁବନ ବନବିଭାଗ କାର୍ଯ୍ୟାଳୟ ପରିସରକୁ ଅଣାଯାଇଥିଲା । ଓଡ଼ିଶା ସମାଚାର