ଭୁବନେଶ୍ୱର, ୦୮/୦୪/୨୦୨୧(ଓଡ଼ିଶା ସମାଚାର)-ଭାରତର ଅଗ୍ରଣୀ ଆଲୁମିନିୟମ ଓ ଏହାର ମୂଲ୍ୟଯୁକ୍ତ ଉତ୍ପାଦ୍ ନିର୍ମାତା ବେଦାନ୍ତ ଆଲୁମିନିୟମ ଓ ପାୱାର ବବ୍ୟବସାୟ, ଏହାର ଅଭିନବ କାର୍ଯ୍ୟକ୍ରମ ୱେଷ୍ଟ ଟୁ ୱେଲଥ୍ ଦ୍ୱାରା ଗ୍ରାମାଂଚଳରେ ଶହେରୁ ଅଧିକ ଏମଏସଏମଇକୁ ସମୃଦ୍ଧ କରି ପାରିଛି । ୱେଷ୍ଟ ଟୁ ୱେଲଥ୍ କାର୍ଯ୍ୟକ୍ରମ ବେଦାନ୍ତର ଏକ ସ୍ଥାୟୀ କାର୍ଯ୍ୟସୂଚୀ ଯାହା ଶୂନ୍ୟ କ୍ଷତିକାରକ, ଶୂନ୍ୟ ବର୍ଜ୍ୟ ଓ ଶୂନ୍ୟ ଡିସଚାର୍ଜ ବ୍ୟବସ୍ଥା ଆଧାରରେ ପର୍ଯ୍ୟବେଶିତ ଏବଂ ଏହାର ବିଶ୍ୱଶ୍ରେଣୀୟ ଆଲୁମିନା ରିଫାଇନାରୀ ଲାଞ୍ଜିଗଡ଼ (ଓଡ଼ିଶା) ଓ ଅତ୍ୟାଧୁନିକ ଆଲୁମିନିୟମ ସ୍ମେଲଟର ଝାରସୁଗୁଡ଼ା (ଓଡ଼ିଶା) ଓ କୋବ୍ରା (ଛତିଶଗଡ଼)ର ସହଯୋଗରେ ପରିଚାଳିତ ହେଉଛି । କଂପାନି ମଧ୍ୟ ଦେଶର କେତେକ ଅଗ୍ରଣୀ ଜିଲ୍ଲାରେ ସମାଜିକ ଅର୍ଥନୈତିକ ବିକାଶ କାର୍ଯ୍ୟକୁ ପ୍ରୋତ୍ସାହିତ କରିଆସୁଛି ।
ବେଦାନ୍ତର ଅନ୍ୟ ଏକ ଅଭିନବ ପ୍ରୟାସ ହେଉଛି ଫ୍ଲାଏ ଆଶ ଇଟା ତିଆରି ପାଇଁ ପ୍ରୋତତସାହନ ଦେବା । କଂପାନି ଏହାର ପରିସର ଓ ଆଖ ପାଖ ଅଂଚଳର ଇଟା ତଆାରି କରୁଥିବା ଏକ ଶହରୁ ଅଧିକ ଏମଏସଏମଇ ଗୁଡ଼ିକୁ ବିନା ମୂଲ୍ୟରେ ଫ୍ଲାଏ ଆଶ ଯୋଗାଇ ଦେଉଛି । ବର୍ଷକୁ ପ୍ରାୟ ୫ ଲକ୍ଷ ମେଟ୍ରକ ଟନ ଫ୍ଲାଏ ଆଶ ଯୋଗା ହେଉଛି । ଏହା ବ୍ୟତୀତ କଂପାନି ପକ୍ଷରୁ ବୈଷୟିକ ଶିକ୍ଷାନୁଷ୍ଠାନ ସହଯୋଗୀଙ୍କ ଜରିଆରେ ନିର୍ମାତାଙ୍କୁ ଇଟା ତିଆରି ଜ୍ଞାନ କୌଶଳ ଓ ତାଲିମ ବ୍ୟବସ୍ଥା କରାଯାଉଛି । ଏହା ଦ୍ୱାରା ଅର୍ଥନୈତିକ ସମୃଦ୍ଧି ସାଙ୍ଗକୁ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ଏହି ଅଂଚଳରେ ପୂର୍ବରୁ ଗରିବ ହୀତାଧିକାରୀ ପାଇଁ ଗୋରୁ ଚରାଇବା ବ୍ୟତୀତ ଅନ୍ୟ କୌଣସି ପନ୍ଥା ନଥିଲା ଏବେ ସେମାନେ ଇଟା ତିଆରି କାର୍ଯ୍ୟରୁ ନିଜ ପାଇଁ ଅର୍ଥ ଉପାର୍ଜନ କରିପାରୁଛନ୍ତି । ଆଲୁମିନା ରିଫାଇନାରୀ ଲାଞ୍ଜିଗଡ଼ କଳାହାଣ୍ଡି କରଖାନା ଦ୍ୱାରା ସୃଷ୍ଟି ହେଉଥିବା ୯୦% ଫ୍ଲାଏ ଆଶ ସ୍ଥାନୀୟ ଉଦ୍ୟୋଗୀଙ୍କ ପାଇଁ ଇଟା ତିଆରି ପାଇଁ ସହାୟକ ହୋଇ ପାରିଛି ।
ବେଦାନ୍ତ ଲିମିଟେଡ୍ ଆଲୁମିନା ବିଜିନେସର ଡେପୁଟି ସିଇଓ-ଶ୍ରୀ ରହୁଲ ଶର୍ମା କହିଥିଲେ ଯେ “ବେଦାନ୍ତରେ ଆମେ ସବୁବେଳେ ରାଷ୍ଟ୍ର ପାଇଁ କିଛି ଅଭିନବତା, ଉତମ ଜ୍ଞାନ କୌଶଳ ଓ ବିଶ୍ୱ ସ୍ତରୀୟ କାର୍ଯ୍ୟାଭ୍ୟାସ ପ୍ରଣୟନ କରିବାକୁ ଚେଷ୍ଟା କରିଥାଉ । ଆମର ସମସ୍ତ ବ୍ୟବସାୟିକ କାର୍ଯ୍ୟ ସୂଚୀ ଓ ଲକ୍ଷ୍ୟରେ ଆମେ ଏକ ସ୍ଥାୟୀ ବିକାଶ ଓ ସମୃଦ୍ଧି ପନ୍ଥାକୁ ଗୁରୁତ୍ୱ ଦେଇଥାଉ । ଆମ ଅଂଚଳରେ ରହିଥିବା ଏମଏସଏମଇ ଗୁଡ଼ିକର ସମୃଦ୍ଧି ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଏହି ଦୁର୍ଗମ ଅଂଚଳର ଲୋକମାନେ ପ୍ରାୟତଃ କାମ ଧନ୍ଧା ଅନ୍ୱେଷଣରେ ବାହାରକୁ ଯାଇଥାନ୍ତି ଓ ମହାମାରୀ ସମୟରେ ସେମାନଙ୍କୁ ଘରକୁ ଫେରାଇ ଅଣାଯାଇଥିବାରୁ ସେମାନଙ୍କ ପାଇଁ କାମ ମିଳିବା କଷ୍ଟକର । ଏହି ପରିପ୍ରେକ୍ଷୀ ସ୍ଥାନୀୟ ଉଦ୍ୟୋଗୀଙ୍କ ଜରିଆରେ ଇଟା ତିଆରି କାର୍ଯ୍ୟ ସେମାନଙ୍କୁ କର୍ମପନ୍ଥା ଯୋଗାଇବାରେ ସହାୟକ ହେବ । ଆମର ସମସ୍ତ ବ୍ୟବସାୟିକ ୟୁନିଟ ବର୍ଜ୍ୟ ବସ୍ତୁର ପରିଚାଳନା ଓ ବର୍ଜ୍ୟ ପଦାର୍ଥକୁ କମ କରିବା, ପୁନଃବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି । ଏହା ଦ୍ୱାରା ସ୍ଥାନୀୟ ଉଦ୍ୟୋଗୀ ବିଶେଷ ଉପକୃତ ହୋଇ ପାରିବେ ।”
ଝାରସୁଗୁଡ଼ାରେ ଫ୍ଲାଏଆଶ ଇଟା ତିଆରି କରୁଥିବା କୋଲାବିରା ଗ୍ରାମର ହୀତାଧିକାରୀ କୀର୍ତି ଚନ୍ଦ୍ର ବିହିଦାର କହିଛନ୍ତି ଯେ “ଝାରସୁଗୁଡ଼ାରେ ବେଦାନ୍ତର ଉପସ୍ଥିତିକୁ ମୁଁ ଧନ୍ୟବାଦ ଜଣାଉଛି । ମୋର ଏହି ଛୋଟିଆ ବ୍ୟବସାୟ ପଛରେ ବେଦାନ୍ତ ଅବଦାନକୁ ମୁଁ କେବେ ଭୁଲି ପାରିବ ନାହିଁ । ଆଜି ମୁଁ ମୋର କାରଖାନା ପାଇଁ ବେଦାନ୍ତ ଠାରୁ କଂଚାମାଲକୁ ସହଜ ତଥା ବିନା ମୂଲ୍ୟରେ ପାଇପାରୁଛି । ମୁଁ ବାର୍ଷିକ ପାଖାପାଖି ୫୦ଲକ୍ଷ ଇଟା ପ୍ରସ୍ତୁତ କରିପରୁଛି, ଯାହାକି ର୍ନିମାଣ କାର୍ଯ୍ୟରେ ବହୁଳ ବ୍ୟବହାର କରାଯାଇଥାଏ । ଏହି ବ୍ୟବସାୟରୁ ମୁଁ ବାର୍ଷିକ ଭଲ କାରବାର ମଧ୍ୟ କରୁଛି, ଯାହଦ୍ୱାରା ମୁଁ ଦୃତ ଉନ୍ନତି କରିପାରୁଛି ଏବଂ ମୁଁ ଅନ୍ୟମାନଙ୍କୁ ରୋଜକାର ଦେଇପାରୁଥିବାରୁ ନିଜକୁ ଧନ୍ୟ ମନେକରୁଛି । ମୁଁ ଆଶା କରୁଛି ମୋ ପରି ବହୁ ଲୋକ ବେଦାନ୍ତର ସହଯୋଗରେ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରନ୍ତୁ ଏବଂ ଲାଭବାନ ହୁଅନ୍ତୁ ।
ବେଦାନ୍ତର ଆଲୁମିନିୟମ ବ୍ୟବସାୟରେ ସଂପୃକ୍ତ ସବୁ ୟୁନିଟ ମେସାନଙ୍କ ଫ୍ଲାଏ ଆଶାକୁ ୧୦୦% ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସଂସ୍ଥା ପକ୍ଷରୁ ମଧ୍ୟ ନିର୍ମାଣ ୟୁନିଟ, ସଡ଼କ ତିଆରି, ସବୁଜ ସଡ଼କ ପ୍ରସ୍ତୁତି, ଖଣିର ଗର୍ତ ପୂରଣ ପ୍ରଭୃତି କାର୍ଯ୍ୟରେ ଫ୍ଲାଏ ଆଶକୁ କାର୍ଯ୍ୟରେ ଲଗାଇବା ପାଇଁ ସହାୟତା ଯୋଗାଇ ଦିଆଯାଉଛି । ଆଥିକ ବର୍ଷ ୨୧ରେ ବେଦାନ୍ତ ଏହାର ଫ୍ଲାଏ ଆଶାକୁ ଏହି ପ୍ରଣାଳୀ ଜରିଆରେ ୧୧୭% ଉପଯୋଗ କରିବାକୁ ଯୋଜନା ରଖିଛି ।
ବେଦାନ୍ତ ଆଲୁମିନିୟମ ଓ ପାୱାର ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ବାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପଦନକାରୀ କିମ୍ବା ଆର୍ଥିକ ବର୍ଷ ୨୦ ରେ ୧.୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ଏହା ମଧ୍ୟ ଦେଶର ସର୍ବବୃହତ ଘରୋଇ ଶକ୍ତି ଉପôାଦନକାରୀ ସଂସ୍ଥା ମଧ୍ୟରୁ ଅନ୍ୟତମ । ବାଲକୋ ହେଉଛି ବେଦାନ୍ତର ଆଲୁମିିନିୟମ ଓ ପାୱାର ବ୍ୟବସାୟର ଏକ ଅଂଶ । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫୁ୍ୟଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି । ଓଡ଼ିଶା ସମାଚାର