ତାରପୁର, ୦୮/୦୪/୨୦୨୧(ଓଡ଼ିଶା ସମାଚାର)-ବିଦୁ୍ୟତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିରେ ରଘୁନାଥପୁର ମଣ୍ଡଳ ବିଦୁ୍ୟତ୍ ଉପଭୋକ୍ତା ସଂଘ ପକ୍ଷରୁ ଆଜି ସେସୁ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଏକ ଦାବି ପତ୍ର ଶକ୍ତିମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଥିଲା । କରୋନା ମହାମାରିରେ ବିଶେଷ କରି ମଧ୍ୟମବି, ନିମ୍ନ ମଧ୍ୟବିତ, ଗରିବ, ଚାଷୀ, ଶ୍ରମିକ ତଥା ବିଦୁ୍ୟତ୍ ବ୍ୟବହାର କାରୀ ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପାନୁଷ୍ଠାନ ଗୁଡିକର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଛି । ଲୋକମାନଙ୍କର କ୍ରୟ ଶକ୍ତି ହ୍ରାସ ପାଇବାରେ ଲାଗିବା ସହିତ ଲୋକମାନଙ୍କର ଆର୍ଥିକ ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ସେହି ସମୟରେ ରାଜ୍ୟରେ ବିଦୁ୍ୟତ ନିୟାମକ ଆୟୋଗ ବିଦୁ୍ୟତ୍ ଶୁଳ୍କ ୩୦ ପଇସା ୟୁନିଟି ପିଛା ବୃଦ୍ଧି କରିଛନ୍ତି । ପୂର୍ବରୁ ୨୦ ପଇସା ବୃଦ୍ଧି କରିଥିଲେ । ଟାଟା ବିଦୁ୍ୟତ୍ ବିତରକ ସଂସ୍ଥାର ସ୍ୱାର୍ଥକୁ ଗୁରତ୍ୱ ଦେଇ ଗରିବ ଜନସାଧାରଣଙ୍କ ମୁଣ୍ଡରେ ବିଦୁ୍ୟତ୍ ଶୁଳ୍କ ବୋଝ ରାଜ୍ୟ ସରକାର ଲଦିଦେଇଛନ୍ତି । ଏଥିସହିତ ୨୦୦ ୟୁନିଟ୍ ବ୍ୟବହାର କରୁଥିବା ଉପଭୋକ୍ତାମାନେ ୟୁନିଟ୍ ପିଛା ୫ ଟଙ୍କା ୬୦ ପଇସା ଓ ୪୦୦ ୟୁନିଟ୍ ବ୍ୟବହାରକରୁଥିବା ଉପଭୋକ୍ତାମାନେ ୬ ଟଙ୍କା ୨୦ ପଇସା ଦେବାକୁ ସରକାର ସ୍ଥିର କରିଛନ୍ତି । ଓଡିଶା ଏକ ବୃହତ ଓ ବଳକା ବିଦୁ୍ୟତ ଉପôାଦନକାରୀ ରାଜ୍ୟ ଭାବେ ପରିଗଣିତ ହେଉଥିବା ବେଳେ ବାରମ୍ବାର ବିଦୁ୍ୟତ୍ ଶୁଳ୍ପ ବୃଦ୍ଧି କରି ଉପଭୋକ୍ତା ମାନଙ୍କ ଉପରେ ବୋଝ ଉପରେ ଲଳିତାବିଡା ଲଦି ଦେଉଛନ୍ତି । ଏହି ଉପଭୋକ୍ତା ବିରୋଧି ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିକରି ଆଜି ରଘୁନାଥପୁର ମଣ୍ଡଳ ବିଦୁ୍ୟତ୍ ଉପଭୋକ୍ତା ସଂଘର ଆହ୍ୱାନ କ୍ରମେ କୃଷକ ନେତା ଇଂ ବାବାଜୀ ଜେନାଙ୍କ ନେତୃତ୍ୱରେ ଜଗନ୍ନାଥପୁର ଗୋପବନ୍ଧୁ ଛକ ଠାରୁ ଏକ ଶୋଭାଯାତ୍ରାରେ ଆସି ରଘୁନାଥପୁର ସେସୁ ଉପଖଣ୍ଡ କାର୍ଯ୍ୟାଳୟରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତୁରନ୍ତ ଏହି ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର କରିନେବା ପାଇଁ ଏକ ସ୍ମାରକପତ୍ର ଏସ୍.ଡି.ଓ ଙ୍କୁ ପ୍ରଦାନ କରିଥିଲେ । ଏଥିରେ ସଂଘ ସଭାପତି ଅଭୟ କୁମାର ମହାନ୍ତି, ସଂପାଦକ ଗୋବିନ୍ଦ ଚନ୍ଦ୍ର ଜେନା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପ୍ରକାଶ ଜେନା, ବିଜନ କୁମାର ମହାପାତ୍ର, ଶାରଦା ପ୍ରସାଦ ରାୟ, ଅଭୟକୁମାର ସମାନ୍ତରାୟ, ବିନୋଦ ମହାନ୍ତି, ନାରାୟଣ ସିଂହ, ଧ୍ରୁବ ଚରଣ ବେଉରା, ଦୁର୍ଗା ପ୍ରସାଦ ମହାନ୍ତି, ଗୋପୀନାଥ ବାରିକ, ରଞ୍ଜନ କୁମାର ସ୍ୱାଇଁ, ପ୍ରଶାନ୍ତ ମଲ୍ଲିକ, ଦେବେନ୍ଦ୍ର ସେଠୀ ପ୍ରମୁଖ ଶତାଧିକ ଉପଭୋକ୍ତା ସାମିଲ ହୋଇଥିଲେ । ଓଡ଼ିଶା ସମାଚାର