କେନ୍ଦ୍ରାପଡା, ୦୮/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ବିଜେପିର ଜଣେ ଆଗଧାଡିର ନାରୀନେତ୍ରୀ ଡଃ. କଳ୍ପନା ମଲ୍ଲିକ ରାଷ୍ଟ୍ରୀୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ସଦସ୍ୟା ଭାବରେ ଚୟନ କରାଯାଇଛି । ଡଃ. ମଲ୍ଲିକ ପ୍ରଥମ ନାରୀନେତ୍ରୀ ଭାବେ ଏଭଳି ପଦ ପାଇଥିବାରୁ ତାଙ୍କୁ ସାରା ରାଜ୍ୟରୁ ଶୁଭେଛାର ସୁଅ ଛୁଟିଛି । ଏହି ଅବସରରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ପଂଚାୟତର ସାହୁ ମଣ୍ଡପ ପରିସରରେ ପଥରକଣୀ ମଣ୍ଡଳ ପକ୍ଷରୁ ଡଃ. ମଲ୍ଲିକଙ୍କୁ ଉଛସ୍ୱିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ନାରଦ ଚନ୍ଦ୍ର ବିଶ୍ୱାଳ, ଦେବାଶିଷ ଦାସ, ଦେବବ୍ର ଚୈାଧୁରୀ, ସନ୍ତୋଷ କୁମାର ଜେନା, ଅନୁସୂଚିତ ଜାତି ମୋର୍ଚ୍ଚାର ପୂର୍ବତନ ସଭାପତି ମାଧବାନନ୍ଦ ମଳିକ, ରଞ୍ଜନ କୁମାର ସାହୁ, ପଥରକଣୀ ମଣ୍ଡଳ ସଭାପତି ଦୟାନିଧି ବଳ, କେନ୍ଦ୍ରାପଡା ନଗର ସଭାପତି ଦିଲ୍ଲିପ କୁମାର ଦାଶ ପ୍ରମୁଖ ଯୋଗଦେଇ ନବ ନିଯୁକ୍ତ ରାଷ୍ଟ୍ରୀୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ସଦସ୍ୟା ଡଃ. ମଲ୍ଲିକଙ୍କୁ ଉତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଡଃ. ମଲ୍ଲିକ ତାଙ୍କ ବକ୍ତବ୍ୟରେ ଆଗାମି ଦିନରେ ଦଳ ପାଇଁ ଅଧିକ କାମକରିବାକୁ ଏବଂ ମୁଖ୍ୟତଃ ଅନୁସୂଚିତ ଜାତି ମୋର୍ଚ୍ଚାର ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଏଥିପାଇଁ ସେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବୀକ୍ରମ ଖଣ୍ଡାଇ, ଗୈାରାଙ୍ଗ ପାତ୍ର, କୀର୍ତିମାନ ସାହୁ, ମନୋସ୍ୱିନୀ ଜେନା, ବବିତା ପ୍ରଧାନ, ଦେବ ପ୍ରସାଦ ଭଳ, ଦେବେନ୍ଦ୍ର ସାହୁ, ଚନ୍ଦ୍ର ଶେଖର ସ୍ୱାଇଁ, ତପନ ମଳିକ, ବୈରାଗୀ ଜେନା, ଅନନ୍ତ ମଳିକ, ବିଦ୍ୟାଧର ଜେନା, ଦେବେନ୍ଦ୍ର ମଳିକ, ପ୍ରତାପ ପାତ୍ର, ମାନସରଞ୍ଜନ ସାହୁ, ରଞ୍ଜନ କୁମାର ମଲ୍ଲିକ, ଚନ୍ଦ୍ର ଶେଖର ପରିଡା, ଶେଷଦେବ ପ୍ରଧାନ, ମାଧବ ମଲ୍ଲିକଙ୍କ ସମେତ ଦଳର ବହୁ କର୍ମକର୍ତା ଡଃ. ମଲ୍ଲିକଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର