Sunday , April 2 2023
Breaking News
Home / ଶିକ୍ଷା / ୩୦ ତାରିଖ ପର୍ୟ୍ୟନ୍ତ ନବମ ଏବଂ ଏକାଦଶ ଶ୍ରେଣୀ ପାଠପଢା ବନ୍ଦ

୩୦ ତାରିଖ ପର୍ୟ୍ୟନ୍ତ ନବମ ଏବଂ ଏକାଦଶ ଶ୍ରେଣୀ ପାଠପଢା ବନ୍ଦ

ଭୁବନେଶ୍ୱର, ୦୭/୦୪/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଦୈନିକ ଆକ୍ରାନ୍ତ ଙ୍କ ସଂଖ୍ୟା ଧିରେ ଧିରେ ବଢ଼ି ଚିନ୍ତାଜନକ ସ୍ଥିତିକୁ ଆସିଗଲାଣି । ସ୍ଥିତି ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର କଡା ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ବଢୁଥିବା କରୋନା ଆକ୍ରାନ୍ତଙ୍କ ସଂଖାକୁ ଦୃଷ୍ଟିରେ ରଖି ରାଜ୍ୟରେ ନବମ ଏବଂ ଏକାଦଶ ଶ୍ରେଣୀ ପାଠପଢା ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ନିର୍ଦ୍ଦେଶାନାମା ଅନୁଯାୟୀ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲରେ ପାଠପଢା ବନ୍ଦ ରହିବ। ଆସନ୍ତା କାଲି ଏପ୍ରିଲ ୮ ତାରିଖରୁ ୩୦ ତାରିଖ ପର୍ୟ୍ୟନ୍ତ କ୍ଲାସ ବନ୍ଦ ପାଇଁ ରାଜ୍ୟ ସରକାର ବୁଧବାର ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଉପରୋକ୍ତ ଦୁଇ ଶ୍ରେଣୀର ପିଲାଙ୍କୁ ଘରକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏହି ଦୁଇ ଶ୍ରେଣୀର ପିଲା ହୋଷ୍ଟେଲ, ଆବାସିକ ସ୍କୁଲରେ ପଢୁଛନ୍ତି ତେବେ ସେମାନଙ୍କୁ ଶୀଘ୍ର ଘରକୁ ଯିବାକୁ କୁହାଯାଇଛି। କିନ୍ତୁ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ କ୍ଲାସ୍ ଏପ୍ରିଲ ୨୫ ପର୍ୟ୍ୟନ୍ତ ଚାଲୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନବମ ଏବଂ ଏକାଦଶ ଶ୍ରେଣୀ ଏପ୍ରିଲ ୮ରୁ ଏପ୍ରିଲ ୩୦ ପର୍ୟ୍ୟନ୍ତ ବନ୍ଦ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.