Wednesday , March 29 2023
Home / ବିଶେଷ / ମିଶନଶକ୍ତି ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ସ୍ୱାବଲମ୍ବି କରାଯିବ

ମିଶନଶକ୍ତି ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ସ୍ୱାବଲମ୍ବି କରାଯିବ

କେନ୍ଦ୍ରାପଡା, ୦୭/୦୪/୨୦୨୧(ଓଡ଼ିଶା ସମାଚାର)- ମହିଳା ମାନଙ୍କର  ଆର୍ଥିକ ବିକାଶ ଓ ଆତ୍ମନିର୍ଭରଶୀଳତା  କରାଇବା ସହ  ସେମାନଙ୍କୁ ସଶକ୍ତିକରଣ ଓ ସ୍ୱାବଲମ୍ବୀ କରାଇବା ଉଦ୍ଧେଶ୍ୟରେ କେନ୍ଦ୍ରାପଡା ଜିଲ୍ଲାରେ ମିଶନଶକ୍ତି ପ୍ରମୁଖ ଭୂମିକା ଗ୍ରହଣ କରିବ । ଏଥିନିମନ୍ତେ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ମହିଳା ସ୍ୱୟଂ ସହାୟିକା  ଗୋଷ୍ଠୀର ମହିଳାମାନଙ୍କୁ ଗାଈ, ଛେଳି, କୁକୁଡା, ମାଛ ଓ  ମେଣ୍ଢା ପାଳନ ପାଇଁ ଋଣ ପ୍ରଦାନ କରାଯିବାକୁ ନଷ୍ପତି ଗ୍ରହଣ କରାଯାଇଛି  । ଏହି ଉପଲକ୍ଷେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମିଶନ ଶକ୍ତିର ଏକ ବୈଠକରେ ଏଭଳି ନିଷ୍ପତି ଗ୍ରହଣ କରାଯାଇଛି । ଏଥିପାଇଁ ମିଶନଶକ୍ତିର ବ୍ଲକ ସ୍ତରୀୟ ମହିଳା  ଫେଡେରେସନ ଓ ପଂଚାୟତ ସ୍ତରୀୟ ଫେଡେରେସନ ପାଣ୍ଠିରୁ ଆବଶ୍ୟକୀୟ ଋଣ ଆଶାୟୀ ଥିବା ଗୋଷ୍ଠିର କର୍ମକର୍ତାମାନଙ୍କୁ  ପ୍ରଦାନ କରାଯିବ । ଏହି ବୈଠକରେ ମିଶନଶକ୍ତିର ଜିଲ୍ଲା ସଂଯୋଜକ  କୈଳାସ ଚନ୍ଦ୍ର ସେନାପତି,  ଓଏଲଏମର ଡିପିଏମ  ସତ୍ୟଭାମା ପ୍ରଧାନ, ଜିଲ୍ଲା ମତ୍ସ୍ୟ ଅଧିକାରିଣୀ  ମମତା ମହାପାତ୍ରଙ୍କ ସମେତ ପଶୁସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.