Sunday , April 2 2023
Breaking News
Home / ବିଶେଷ / ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ

ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ

ସାଲେପୁର,୦୭/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) ମଙ୍ଗଳବାର ରାତିରେ ରାମେଶ୍ବର ଗ୍ରାମ ପଞ୍ଚାୟତ ବିରୁପାନଦୀ ଶଙ୍ଖମୁହ ବାଲି ଘାଟ ରୁ ବେଆଇନ ବାଲି ଚାଲାଣ ବେଳେ ଜପକୁଦ ଫାଣ୍ଡି ପୋଲିସ ପହଞ୍ଚି ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହିତ ଗାଡି ଚାଳକକୁ ଅଟକ ରଖିଥିବା ଜଣାପଡିଛି। ଏହି ବାଲି ଘାଟର ନିଲାମ ଅବଧି ଗତ ମାସ ୨୮ ତାରିଖ ରୁ ଶେଷ ହୋଇଥିଲେ ହେଁ ବେଆଇନ ଚାଲାଣ ଖବର ପାଇ ଫାଣ୍ଡି ଅଧିକାରୀ ଚଢ଼ଉ କରିଥିଲେ ।ଏହି ସଂକ୍ରାନ୍ତରେ ପୂର୍ବରୁ ସାଲେପୁର ତହସିଲଦାର ଫାଣ୍ଡି ଅଧିକାରୀ ଙ୍କୁ ସୁଚନା ଦେଇଥିବା ଜଣାପଡିଛି। ଓଡିଶା ସମାଚାର

Leave a Reply

Your email address will not be published.