କେନ୍ଦ୍ରାପଡ଼ା, ୦୭/୦୪/୨୦୨୧(ଓଡ଼ିଶା ସମାଚାର)- ଫଗୁଣ (ଦୋଳ) ପୁର୍ଣ୍ଣିମା ଗଲାଣି । ଚୈତ୍ର ମାସ ଚାଲିଛି । ବର୍ତମାନ ଆକାଶରୁ ନିଆଁ ବର୍ଷୁଥିବା ବେଳେ ପ୍ରବଳ ରୌଦ୍ର ତାପରେ ଜନଜୀବନ ଅତିଷ୍ଟ ହୋଇପଡିଛି । ଅଂଶୁଘାତର ଆଶଙ୍କା ମଧ୍ୟ ଦେଖାଦେଇଛି । ନଦୀ, ନାଳ, କୂଆ ପୋଖରୀ ସବୁ ଶୁଖିଲା ପଡିଥିବା ଦେଖିବାକୁ ମିଳେ । ନିକଟରେ ଥିବା ସୁକ୍ ପାଇକା, ମହାନଦୀ , ସମସ୍ତ କେନାଲ ଶୁଖିଲା ପଡ଼ିଛି । ଅସୁରଖୋଳା ଯୋର ରେ ଦଳ ଭିର୍ତି । ଆକାଶରେ ମେଘ ନାହିଁ । ବର୍ଷୁଛି ନିଆଁ । ଏଭଳି ପରିସ୍ଥିତିରେ ପାଣି ପାଇଁ ଗାଈ, ଛେଳି, ମେଣ୍ଢା, ମଇଁଷି, କୁକୁର , ମାଙ୍କଡ଼ ଆଦି ପଶୁ ଓ ପକ୍ଷୀମାନେ ପାଣି ମୁନ୍ଦିଏ ପାଇଁ ଡ଼ହଳ ବିକଳ ହେଉଛନ୍ତି । ଏଭଳି ସ୍ଥିତିରେ କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଗରଦପୁର ବ୍ଲକ୍ ଅଧିନସ୍ଥ ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ଜୟତଳଙ୍ଗ ଗ୍ରାମରେ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ଶନି ଗୋସାଇଁ ପିଠର ତତ୍ୱାବଧାରକ ତଥା ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ ପଶୁ ଓ ପକ୍ଷୀମାନଙ୍କର ଏଭଳି ପରିସ୍ଥିତିରେ ପାଣି ମୁନ୍ଦିଏ ପାଇଁ ଆଉଟୁ ପାଉଟୁ ହେଉଥିବା ଦେଖି ଶ୍ରୀ ଶ୍ରୀ ଶନି ଗୋସେଇଁ ପୂଜନ ସମିତି ପକ୍ଷରୁ ସିମେଂଟ ର ବଡ଼ ନନ୍ଦିଆରେ ପଶୁ ଓ ପକ୍ଷୀମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି ।
ପାଣିରେ ଲୁଣ ପକାଯାଇ ପଶୁ ଓ ପକ୍ଷୀମାନଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ଶ୍ରୀ ଶ୍ରୀ ଶନି ଗୋସେଇଁ ପୂଜନ ସମିତି ପକ୍ଷରୁ ପଶୁ ଓ ପକ୍ଷୀମାନଙ୍କ ପାଇଁ ଆୟୋଜିତ ଏହି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କୁ ତେଣ୍ଡାକୁଡ଼ା ପଂଚାୟତର ସରପଂଚ ମଳୟାବାସିନୀ ମହାନ୍ତି ଉଦଘାଟନ କରିଥିଲେ । ବାବା ଦିବାକର ବେହେରା, ପୂର୍ବତନ ସରପଂଚ ରବିନ୍ଦ୍ରନାଥ ମହାନ୍ତି, ଶ୍ରୀଧର ସାହୁ, ଗଣେଷ ଓଝା, ମଂଟୁ ସାହୁ, କାର୍ତିକ ଚନ୍ଦ୍ର ଓଝା, ଦୀପ୍ତିରଂଜନ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ଶ୍ରୀ ଶନି ଗୋସେଇଁ ପୂଜନ ସମିତି ପକ୍ଷରୁ ପଶୁ ଓ ପକ୍ଷୀମାନଙ୍କ ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିବାରୁ ସରପଂଚ ଶ୍ରୀମତୀ ମହାନ୍ତି ପ୍ରସଂଶା କରିବା ସହିତ ଏହାକୁ ଅନ୍ୟମାନେ ଅନୁକରଣ କରିବା ଆବଶ୍ୟକ ବୋଲି କହିଥିଲେ । ଓଡ଼ିଶା ସମାଚାର