Saturday , April 1 2023
Breaking News
Home / ବିଶେଷ / ନବବଧୁ ଶତାବ୍ଦିର ଆତ୍ମହତ୍ୟା ସନ୍ଦେହ ଘେରରେ

ନବବଧୁ ଶତାବ୍ଦିର ଆତ୍ମହତ୍ୟା ସନ୍ଦେହ ଘେରରେ

କେନ୍ଦ୍ରାପଡା, ୦୭/୦୪/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଲୁନଗର ଗ୍ରାମର ଜନୈକ ନବବଧୁଙ୍କ ଆତ୍ମହତ୍ୟା ସନ୍ଦେହ ଘେରରେ ରହିଥିବା ଅଭିଯୋଗ ହୋଇଛି । ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପ୍ରେତପାଳ ଗ୍ରାମ ତଥା ଗରାପୁର (ଫୁଲବାଗ) ଗ୍ରାମରେ ଘରକରି ରହୁଥିବା ଉମାକାନ୍ତ ବିଶ୍ୱାଳଙ୍କ ଝିଅ ଶତାବ୍ଦି ବିଶ୍ୱାଳ(୨୫) ଗୁଲନଗର ଗ୍ରାମର ବନମାଳି ସାହୁଙ୍କ ପୁଅ ସୁଶାନ୍ତ କୁମାର ସାହୁଙ୍କୁ ପ୍ରାୟ ୮ବର୍ଷ ତଳେ ଭଲପାଇ ବିବାହ କରିଥିଲେ । ଶତାବ୍ଦିଙ୍କ ୬ବର୍ଷର ପୁଅଟିଏ ଅଛି । ଗତ ସୋମବାର ରାତିରେ ଶାଶୁଘରେ ଶୋଇଥିବା ବେଳେ ମଙ୍ଗଳବାର ସକାଳୁ ଶାଶୁଘର ଲୋକ ଶତାବ୍ଦିକୁ ଘର ସେଣୀରେ ରଶିରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ଶତାବ୍ଦିର ମୃତୁ୍ୟ ହୋଇଯାଇଥିଲା । ଏସମ୍ପର୍କରେ ଗୁଲନଗର ସରପ ପୀତବାସ ବେହେରା ସଦର ଥାନା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଁଚିଥିଲା । ଶତାବ୍ଦିଙ୍କ ଶବକୁ ଯବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ପୋଲିସ ପଠାଇଥିଲା । ଶତାବ୍ଦିର ବାପଘର ପକ୍ଷରୁ ଝିଅକୁ ମାରିଦେଇଥିବା ସଦର ଥାନାରେ ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଶାଶୁଘର ପକ୍ଷରୁ ଶତାବ୍ଦି ଆତ୍ମହତ୍ୟା କରିଥିବା ସମ୍ପର୍କରେ ଅଭିଯୋଗ କରାଯାଇଛି । କିନ୍ତୁ ନବବଧୁ ଶତାବ୍ଦିର ମୃତୁ୍ୟ ସନ୍ଦେହ ଘେରରେ ରହିଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.