ତାରପୁର, ୦୭/୦୪/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ଥାନା ଅନ୍ତର୍ଗତ କନ୍ଦରାପଟୀ ଗ୍ରାମର ସୁବ୍ରତ ନାୟକଙ୍କ ପୁଅ ଶୁବ୍ରହ୍ମମୟାନନ୍ଦ ନାୟକ (୨୩) ଗତକାଲି ସଂଧ୍ୟା ୫ଟା ୫୦ମି. ସମୟରେ କଟକ-ପାରାଦ୍ୱୀପ ରାସ୍ତାର ଗତିରାଉତପାଟଣା ସିଲ୍ଭର ସିଟି ସେଲିବ୍ରେସନ ପାଖରେ ଆସୁଥିବା ସମୟରେ ଏକ ଟ୍ରକ ଧକ୍କାରେ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପି.ସି.ଆର୍ ଭ୍ୟାନ କଟକ ବଡମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ଶବ ବ୍ୟବଚ୍ଛେଦ ପରେ ତାଙ୍କ ଶବକୁ ଗ୍ରାମକୁ ଅଣାଯାଇ ମହିମା ଧର୍ମ ପରମ୍ପରା ଅନୁଯାୟୀ ଗ୍ରାମ ଶ୍ମଶାନରେ ସମାଧି ଦିଆଯାଇଥିଲା । ତାଙ୍କର ବିୟୋଗରେ ଏ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର