ତାରପୁର, ୦୭/୦୪/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମ ୰ କୃତିବାସ ସ୍ୱାଇଁଙ୍କ ଏକାଦଶାହ ଉପଲକ୍ଷେ ଏକ ଶୋକ ସଭା ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରଘୁନାଥ ସ୍ୱାଇଁ, ପ୍ରାଣକୃଷ୍ଣ ନାୟକ, ଅଧ୍ୟାପକ ଭଗବାନ ବିଶ୍ୱାଳ, ଶୁଭ୍ରାଂଶୁ ଆଚାର୍ଯ୍ୟ, ଦୁଯ୍ୟୋଧନ ବିଶ୍ୱାଳ, ପ୍ରକାଶ କୁମାର ସ୍ୱାଇଁ, ସୁବାଷ ଚନ୍ଦ୍ର ସ୍ୱାଇଁ, ଅଭୟ ସେଣ, ଧନେଶ୍ୱର ସ୍ୱାଇଁ, ପ୍ରଭାତ ପ୍ରଧାନ, ବିଶ୍ୱନାଥ ବାରିକ, ପ୍ରଭାକର ଜେନା, ନିରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱର୍ଗତ କୃତିବାସଙ୍କର ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଓଡ଼ିଶା ସମାଚାର