Monday , March 20 2023
Breaking News
Home / ବିଶେଷ / ଅବସରକାଳିନ ସମ୍ବର୍ଦ୍ଧନା ଉତ୍ସବ 

ଅବସରକାଳିନ ସମ୍ବର୍ଦ୍ଧନା ଉତ୍ସବ 

ଗରଦପୁର, ୦୭/୦୪/୨୦୨୧(ଓଡ଼ିଶା ସମାଚାର)-ସ୍ଥାନୀୟ ଗରଦପୁର ବ୍ଲକ୍ ଅନ୍ତର୍ଗତ ମାନବ ସମ୍ବଳ ବିକାଶ ମହିଳା ମହାବିଦ୍ୟାଳୟର ୪ ଜଣ ବିଦାୟୀ ଅଣଶିକ୍ଷକ କର୍ମଚାରୀମାନଙ୍କର ଅବସରକାରୀକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅବସର ଗ୍ରହଣ କରିଥିବା କନିଷ୍ଠ ସହାୟକ ଜିଷୁକୃଷ୍ଣ ନାୟକ, ଗ୍ରନ୍ଥାଗାର ସହାୟକ ବିନୋଦ ବିହାରୀ ଦାସ, ୪ର୍ଥ ଶ୍ରେଣୀ କର୍ମଚାରୀ ଉମାକାନ୍ତ କର ଓ ଗଗନ ବିହାରୀ ସାହୁ ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଅଧ୍ୟକ୍ଷ ଗଗନ ବିହାରୀ ସ୍ୱାଇଁ ସଭାପତିତ୍ୱ କରିଥିବାବେଳେ ଚାନ୍ଦୋଳ ମହାବିଦ୍ୟାଳୟର ସେବା ନିବୃତ ଅଧ୍ୟକ୍ଷ ମଦନ ମୋହନ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।  ବରିଷ୍ଠ ପ୍ରଧ୍ୟାପକ ନୀରୋଦ କୁମାର ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପିକା ବିଜୟଲକ୍ଷ୍ମୀ ପଣ୍ଡା ଙ୍କ ସଂଯୋଜନାରେ ଅଧ୍ୟାପିକା ରୀନାରାଣି ପଢ଼ିହାରୀ , ଅଧ୍ୟାପିକା ପ୍ରବିଣା ରଥ, ଅଧ୍ୟାପକ ରମାନାଥ ଗୋଛୋୟତ ଓ ଅଣ ଶିକ୍ଷକ କର୍ମଚାରୀମାନେ ବିଦାୟୀ ବନ୍ଧୁମାନଙ୍କର ଅନୁଷ୍ଠାନ ପ୍ରତି କର୍ତବ୍ୟନିଷ୍ଠା ଓ ଆନୁଗତ୍ୟ ର ଭୂୟସି ପ୍ରସଂଶା କରିଥିଲେ । ଉତରରେ ବିଦାୟୀ କର୍ମଚାରୀ ଗଣ ସେମାନଙ୍କ ର ଅନୁଷ୍ଠାନ ପ୍ରତି ନିଷ୍ଠା ଓ ସମର୍ପିତ ମନୋଭାବ ସହିତ ସୁଖ ଦୁଖ ର ଅନୁଭବକୁ ଆବେଗପୂର୍ଣ୍ଣ ଭାବରେ ବଖାଣିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସହାୟକ ସରୋଜକାନ୍ତ ପଣ୍ଡା,କନିଷ୍ଠ ଗ୍ରନ୍ଥାଗାରିକା ସବିତା ପତି , କ୍ରୀଡ଼ା ଶିକ୍ଷୟିତ୍ରୀ ଦିିପ୍ତିମୟୀ ପରିଜା, ଶିକ୍ଷା ବିଭାଗ ସହକାରୀ ପ୍ରଦୀପ୍ତକୁମାର ଦାସ,  ଗୋଲକ ଚନ୍ଦ୍ର ମାହାଳୀ, ଭାଷ୍କର ଚନ୍ଦ୍ର ମହାନ୍ତି , ଚନ୍ଦନ କୁମାର ଘଡ଼ାଇ ପ୍ରମୁଖ ୁପସ୍ଥିତ ଥିଲେ । ପରିଶେଷରେ ପ୍ରଧ୍ୟାପକ ଗୋକୁଳାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.