Saturday , April 1 2023
Breaking News
Home / ବିଶେଷ / ରାଷ୍ଟ୍ର ନିର୍ମାଣ ଅଭିଯାନ ପକ୍ଷରୁ ସହିଦ୍ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ

ରାଷ୍ଟ୍ର ନିର୍ମାଣ ଅଭିଯାନ ପକ୍ଷରୁ ସହିଦ୍ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ରାପଡ଼ା, ୦୬/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର  “ରାଷ୍ଟ୍ର ନିର୍ମାଣ ଅଭିଯାନ” ପକ୍ଷରୁ ଛତିଶଗଡର ବିଜାରପୁର ଠାରେ ନକ୍ସଲମାନଙ୍କ ସହ ଲଢେଇ କରି ସହିଦ୍ ହୋଇଥିବା ବୀର ଯବାନଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି ।   ସମାଜସେବୀ ମାତୃଦତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଅନୁଷ୍ଠାନର ସଦସ୍ୟମାନେ ୨୨ଜଣ ଅମର ଯବାନଙ୍କ ଆତ୍ମାର ସଦଗତି କାମନା କରି ଥିଲେ । ଛତିଶଗଡରେ ଶହୀଦମାନଙ୍କ ବଳିଦାନ ଏ ଦେଶ କାଳକାଳକୁ ମନେ ରଖିବ ବୋଲି ଅନୁଷ୍ଠାନର ସମ୍ପାଦକ ପଙ୍କଜ ସିହ୍ନା ନିଜ ବକ୍ତବ୍ୟରେ କହିଥିଲେ ।  ବିରେନ୍ଦ୍ର ଦାସ, ବିକାଶ ସ୍ୱାଇଁ  ଓ ରଶ୍ମି ରଞ୍ଜନ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.