ଗରଦପୁର, ୦୬/୦୪/୨୦୨୧(ଓଡ଼ିଶା ସମାଚାର)- ବିଦ୍ୟୁତ ଶୁଳ୍କ ଅହେତୁକ ଭାବେ ବୃଦ୍ଧି ପାଇଛି । ଏହି ବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସ ତରଫରୁ ସଭାପତି ନୀରଂଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ ବ୍ଳକ୍ ଅଂଚଳରେ ଥିବା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ କଂଭ୍ରେସ ପକ୍ଷରୁ ବିକ୍ଷୋଭ ଓ ଧାରଣା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ପାଟକୁରା ନିର୍ବାଚଦନ ମଣ୍ଡଳୀର ଗରଦପୁର ବ୍ଲକ୍ କଂଗ୍ରେସ ପକ୍ଷରୁ ଗରଦପୁରସ୍ଥିତ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଧାରଣା ଓ ବିକ୍ଷୋଭ କରାଯାଇଥିଲା । ବ୍ଲକ୍ କଂଗ୍ରେସ ସଭାପତି ଜ୍ୟୋତିରଂଜନ ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଯୋଗଦେଇ ଟାଟା କମ୍ପାନୀ ହାତକୁ ସରକାର ବିଦ୍ୟୃୁତ ବିଭାଗ ଟେକିଦେଇ ମାତ୍ର କିଛି ମାସ ବ୍ୟବଧାନରେ ଦୁଇ ଦୁଇ ଥର ବିଦ୍ୟୁତ ଶୁଳ୍କ ବୃଦ୍ଧି କରି ଉପଭୋକ୍ତାଙ୍କ ଉପରେ କରୋଡ଼ା ମାଡ଼ କରୁଥିବା ଅଭିଯୋଗ କରିଥିଲେ । ବିଦ୍ୟୁତ ୍କ୍ରୟ କମ ପଡ଼ୁଥିଲେ ମଧ୍ୟ ବିଦ୍ୟୁତ ବିଲ କମ୍ପାନୀ ମନଇଛା ବଢ଼ାଇବା ଦ୍ୱାରା ଲୋକମାନଙ୍କ ଉପରେ ଏହାର ପ୍ରଭାବ ପଡ଼ୁଛି । ଗତ କିଛି ଦିନ ତଳେ ୟୁନିଟ ପିଛା ୨୦ ପଇସା ବଢ଼ିଥିବାବେଳେ ଚଳିତ ମାସରେ ପୁଣି ୟୁନିଟ ପିଛା ୩୦ ପଇସା ବୃଦ୍ଧି ପାଇଛି । ଗ୍ରୀଷ୍ମ ପ୍ରଭାବରେ ଜନସାଧାରଣ ଆଉଟୁ ପାଉଟୁ ହେଉଥିବାବେଳେ ସରକାରର କମ୍ପାନୀ ପ୍ରିତି ଜଳ ଜଳ ଦିଶୁୁଛି । ଏହି ଆକାଶ ଛୁୃଆଁ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି ବୋଲି ଶ୍ରୀ କାନୁନଗୋ କହିଥିଲେ । ବିଦ୍ୟୁତ ଶୁଳ୍କ ହ୍ରାସ ନହେଲେ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଜନ ଆନ୍ଦୋଳନ କରାଯିବ ବୋଲି ବୈଠକରେ ଚେତାବନୀ ଦିଆଯାଇଥିଲା । ଏଥିରେ ବରିଷ୍ଠ କଂଗ୍ରେସ କର୍ମୀ ଅଜିତ ମହାନ୍ତି , ନୀରଂଜନ ରାଉତ, ମନୋଜ ମହାନ୍ତି , ଯୁବ କଂଗ୍ରେସ ନେତା ସଂଗ୍ରାମ ପୃଷ୍ଟି , ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ମିତା ବେହେରା, ଅଶୋକ କୁମାର ଲେଙ୍କା,ପ୍ରଦୀପ ମହାରଣା,ସୁରେନ୍ଦ୍ରନାଥ ବାରିକ, ସଂକର୍ଷଣ ମଲିକ, ଦୟାନିଧି ଜେନା, ରଂଜନ ପରିଜା,ବାବୁଲି କୁମାର ସାହୁ ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଅଂଶ ଗ୍ରହଣ କରିଥିଲେ । ବିକ୍ଷୋଭ ପ୍ରଦର୍ଶନ ପରେ ବିଭାଗୀୟ ଯନ୍ତ୍ରୀ ଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର