କଟକ, ୦୬/୦୪/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ଭଏସ ଡବିଙ୍ଗ ଅଟିଷ୍ଟ ଓଲିଉଡ କଳାକାର ଦୀପ୍ତିରଂଜନ ମହାନ୍ତି(୫୧)ଙ୍କ ମୃତ୍ୟୁରେ କଟକ କଳାବିହାର କନ୍ଦରପୁର ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ସରସ୍ୱତୀ କଳା ପରିଷଦ” ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ସୂଚନାଯୋଗ୍ୟ ଝଙ୍କଡ ସାରଳାପୀଠ ଅଞ୍ଚଳର ସୁଯୋଗ୍ୟ ସନ୍ତାନ ବିଭିନ୍ନ ସିନେମା,ଯାତ୍ରାଜଗତ,ଟିଭି ସିରିୟଲ,ଆକାଶବାଣୀର ଅଭିନେତା ଏବଂ ଡବିଙ୍ଗ ପାଇଁ କଣ୍ଠଦାନ କରି ଖୁବ ସୁଖ୍ୟାତି ଅର୍ଜନ କରିଥିଲେ । ତାଙ୍କ ମୃତ୍ୟୁରେ ପରିଷଦ ପକ୍ଷରୁ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ,ନାରୀନେତ୍ରୀ ପ୍ରତିଭା ଶତପଥୀ,ସଂଯୋଜକ ଚକ୍ରବର୍ତ୍ତୀ ଓତା,ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ, କ୍ରୀଡ଼ାବିତ ମହାଦେବ ମହାରଣା, କଣ୍ଠଶିଳ୍ପୀ ଅମୀୟ ପଟ୍ଟନାୟକ, କଳାକାର ଦୈତାରୀ ପ୍ରଧାନ,ସଂଧ୍ୟାରଣୀ ଦାଶ, ବାବୁଲି ପାତ୍ର, ଅଭିରାମ ସାହୁ, ପବନି ଓଝା, ପ୍ରଲବ୍ୟ ମହାପତ୍ର,ବାଉରୀବଂଧୁ ସ୍ବାଇଁ,ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବାସହ ଅମର ଆତ୍ମାର ସଦଗତି ପାର୍ଥନା କରିଛନ୍ତି । ଓଡ଼ିଶା ସମାଚାର