ସାଲେପୁର:୦୪/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) – ସାଲେପୁର ନିର୍ବାଚନ ମଣ୍ଡଳୀର ପିକୋଳ କଲ୍ୟାଣ ମଣ୍ଡପ ଠାରେ ଗ୍ରାମାଞ୍ଚଳର ସାମ୍ବାଦିକ ମାନଙ୍କୁ ନେଇ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଅଭୟ ଜେନାଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଏସୟୁଜେ କଟକ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅଖିଳେଶ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଗ୍ରାମାଞ୍ଚଳରେ କାର୍ୟ୍ୟରତ ସାମ୍ବାଦିକ ମାନେ ଯେଉଁଭଳି ବିନା ପାରିଶ୍ରମିକରେ ପ୍ରତିକୂଳ ପରିସ୍ଥିତିକୁ ସାମ୍ନାକରି ନିର୍ଭୀକ ଭାବରେ ଖବର ପ୍ରସାରଣ କରୁଛନ୍ତି,ସେଥିପାଇଁ ସେମାନଙ୍କୁ ପ୍ରଶଂସା କରିଥିଲେ । ଯୁବ ସାମ୍ବାଦିକ ଶାରଦା ପ୍ରସନ୍ନ ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରତ୍ନାକର ବାରିକ, ସୁବାଶିଷ ବସନ୍ତରାୟ, ବିନୟ ଦାସ, ଶିବାନୀ ସାହୁ, ନାରାୟଣ ଭୂୟାଁ, ଅକ୍ଷୟ କୁମାର ଦାଶ, ମହେଶ୍ୱର ବେହେରା, ତାପସ ଦାସ, ଦୀପକ କୁମାର ଷଢଙ୍ଗୀ, ଆଶୁତୋଷ ନନ୍ଦ, ସୁରେଶ ବଳ, ଦିବାକର ରାଉତ, ସ୍ବେଦେଶ ଜେନା, ଜାନକୀ ବଲ୍ଲଭ ରାଉତ, ଇତିକାନ୍ତ ମହାନ୍ତି, ସଂଯୁକ୍ତା ସାହୁ,ଅକ୍ଷୟ କୁମାର ଗୋଛାୟତ, ତୁଷାର ଜ୍ୟୋତି ନାୟକ, ଦାମୋଦର ପରିଡା, ଶିଶୁ କୃଷ୍ଣ ନନ୍ଦ, ପୀତବାସ ରାଉତ, ବାବୁଲି ବାରିକ ଏବଂ ପ୍ରମୁଖ ଯୋଗଦେଇ ଗଠନ ମୂଳକ ଆଲୋଚନାରେ ଭାଗନେଇଥିଲେ । ଆଗାମୀ ଦିନରେ ସାଲେପୁର ଅଂଚଳରେ ସାମ୍ବାଦିକ ମାନଙ୍କ ଏକତା ଓ ନିରପେକ୍ଷ ଖବର ପ୍ରସାରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଓଡିଶା ସମାଚାର
