Tuesday , March 28 2023
Breaking News
Home / ବିଶେଷ / ଯାନ୍ତ୍ରୀକ ସଫେଇ ଯାନ କାହା ସ୍ୱାର୍ଥରେ !

ଯାନ୍ତ୍ରୀକ ସଫେଇ ଯାନ କାହା ସ୍ୱାର୍ଥରେ !

ପାରାଦ୍ୱୀପ ୦୫/୦୪/୨୦୨୧(ଓଡ଼ିଶା ସମାଚାର)-ଦିନକୁ ଦିନ ବଢି ଚାଲିଛି ପାରାଦୀରେ ପ୍ରଦୁ୍ୟଷଣ । ଏହି ପ୍ରଦୁ୍ୟଷଣକୁ ରୋକିବା ଦିଗରେ ଶିଳ୍ପ ଶିଳ୍ପାୟନ ବିଭିନ୍ନ ପ୍ରକାରର ପଦକ୍ଷେପ ନେଇ ଚାଲିଥିବା ବେଳେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୁମିକା ପାରାଦୀପ ବନ୍ଦର ଓ ପୌର ପ୍ରଶାସନ ଦାୟୀତ୍ୱ ଥିବାବେଳେ ଲୋକ ଦେଖାଣିଆ କାମ କରି ବାହାବା ନେବାରେ ବ୍ୟସ୍ତ । ଏଠାରେ ବନ୍ଦର ପ୍ରଶାସନ ତରଫରୁ ଯାନ୍ତ୍ରୀକ ଗାଡି ଦ୍ୱାରା ରାସ୍ତା ସଫେଇ ହେଉଥିବା ବେଳେ ପୌର ପ୍ରଶାସନ ମଧ୍ୟ ସତେ ଯେମିତି ସଫେଇ କାର୍ଯ୍ୟରେ ନିଜକୁ ଉସôର୍ଗୀକୃତ କରି ଦେଇଛି । ହେଲେ ପ୍ରଦୁ୍ୟଷଣର ମାତ୍ରା ଥମିବା ପରିବର୍ତେ ହୁହୁ ହୋଇ ବଢି ଚାଲିଛି । ସବୁ ଦୃଷ୍ଟି କୋଣରୁ ବିଚାରକୁ ନେଇ ଏହି ପ୍ରଦ୍ୟୁଷଣକୁ ରୋକିବା ଦିଗରେ ସହଯୋଗର ହାତ ବଢାଇଛନ୍ତି ଏଠାରେ କାର୍ଯ୍ୟ କରୁଥିବା ଜେଏସ୍ଡବ୍ଲୁ କମ୍ପାନୀ । ଏହି କମ୍ପାନୀ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଗାଡିକୁ ଜନସାଧାରଣଙ୍କ ସେବା ଉଦ୍ଧେଶ୍ୟରେ ଉସôର୍ଗୀକୃତ କରି ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ଗାଡିଟି ନା ବ୍ୟବହାର କରାଯାଉଛି ନା ଗାଡି ତତ୍ୱାବଧାନ ନେଉଛି । ସତେ ଯେମିତି ଗାଡିର ବାପାମା ନଥିବା ଭଳି ମନେ ହୁଏ ।  ପୌରପାଳିକା ପରିସରରେ ଏହି ଗାଡିକି କେହି ଅନ୍ଧ ବା କଣା ଯଦି ଦେଖନ୍ତି ବେସ ହୃଦୟମଙ୍ଗ କରି ପରିବେ । ଖାଲି ଦେଖିବାକୁ ବାକି ରହିଲା ଉକ୍ତ ଗାଡି ଲୋକଙ୍କ ସେବାରେ ଲାଗୁଛି ନା ପଡି ପଡି ଖତ ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.