Saturday , April 1 2023
Breaking News
Home / ସ୍ୱାସ୍ଥ୍ୟ / ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବ୍ଲକ ସ୍ତରରୁ ଆନ୍ଦୋଳନ ପାଇଁ ବ୍ୟାପକ ପ୍ରସ୍ତୁତି

ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବ୍ଲକ ସ୍ତରରୁ ଆନ୍ଦୋଳନ ପାଇଁ ବ୍ୟାପକ ପ୍ରସ୍ତୁତି

କେନ୍ଦ୍ରାପଡ଼ା, ୦୫/୦୪/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ  ଦୀର୍ଘଦିନରୁ ଦାବି ହୋଇ ଆସୁଥିବା ବେଳେ ରାଜ୍ୟ ସରକାର ଓ ଜିଲ୍ଲାର ନିର୍ବାଚିତ ଜନ ପ୍ରତିନିଧିମାନେ ଏ ସମ୍ପର୍କରେ ପାଟି ଖୋଲୁନଥିବା ଦେଖିବାକୁ ମିଳିଛି । ତେଣୁ ଏଥିନିମନ୍ତେ ବ୍ଲକ ସ୍ତରରୁ  ଆନ୍ଦୋଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡିଛି ।  ମିଳିତ କ୍ରୀୟାନୁଷ୍ଠାନ କମିଟିର ଏକ ବୈଠକ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅଧ୍ୟାପକ ଅଜୟ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସେହି ବୈଠକରେ ସର୍ବସମ୍ମତି କ୍ରମେ ସମସ୍ତ ବ୍ଲକରେ ଆନ୍ଦୋଳନ କରିବା ପାଇଁ ମତ ପ୍ରକାଶ ପାଇଥିଲା । ଏହାପରେ ଯଦି କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ ନକରନ୍ତି ତାହେଲେ ଜିଲ୍ଲାରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଆବାହକ ଆଇନଜୀବି ରମଣୀରଞ୍ଜନ ରାଉତରାୟ ,ଆଦିକନ୍ଦ ରାଉଳ, ସରୋଜରାଜ ସିଂ, ଗୟାଧର ଧଳ, ପ୍ରଫୁଲ୍ଲ ଦାସ, ଆଶିଷ ସେନାପତି,  ରାମକୃଷ୍ଣ ଦାସ, ଗୌରାଙ୍ଗ ବେହେରା ପ୍ରମୁଖ  ଯୋଗଦେଇ ଆନ୍ଦୋଳନର ରୂପରେଖ ସଂପର୍କରେ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.