Monday , March 20 2023
Breaking News
Home / ବିଶେଷ / ପାରାଦୀପ ବନ୍ଦରରେ ୫୮ତମ ଜାତୀୟ ସାମୁଦ୍ରୀକ ଦିବସ ପାଳିତ

ପାରାଦୀପ ବନ୍ଦରରେ ୫୮ତମ ଜାତୀୟ ସାମୁଦ୍ରୀକ ଦିବସ ପାଳିତ

ପାରାଦ୍ୱୀପ ୦୫/୦୪/୨୦୨୧(ଓଡ଼ିଶା ସମାଚାର)-ଏପ୍ରିଲ ୫ତାରିଖ ଜାତୀୟ ସାମୁଦ୍ରୀକ ଦିବସ(ନ୍ୟାସନାଲ ମେରିଟାଇମ୍ ଡେ) ପରିପ୍ରେକ୍ଷୀରେ ପାରାଦୀପ ବନ୍ଦର ଦ୍ୱାରା ୫୮ତମ ଜାତୀୟ ସାମୁଦ୍ରୀକ ଦିବସ ସମସ୍ତ କୋଭିଡ୍-୧୯ ନିୟମ ଅନୁଶୀଳନ ପୁର୍ବକ ନିରାଡମ୍ବର ସହ ସୋମବାର ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପାରାଦୀପ ବନ୍ଦର ମେରାଇନ୍ ସାଇଟ୍ ଅଫିସସ୍ଥିତ ୱେଟ ବେସିନ୍ ନିକଟରେ ଏକ କାର୍ଯ୍ୟକ୍ରମର ଅୟୋଜନ କରାଯାଇଥିଲା । ଏହି ଅବସରରେ ବନ୍ଦରର ପୂର୍ବତନ ଅଧ୍ୟକ୍ଷ ତଥା ଇଷ୍ଟକୋଷ୍ଟ ରେଲୱେର ସିଓଏମ୍ ରିେଙ୍କଶ ରଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ସାମୁଦ୍ରୀକ ଦିବସ ପତାକା ଉତୋଳନ କରିଥିଲେ । ନିଜ ବକ୍ତବ୍ୟରେ ମୁଖ୍ୟ ଅତିଥି ଶ୍ରୀ ରଏ ପାରାଦୀପ ବନ୍ଦର ଦେଶର ଏକ ନମ୍ବର ଓ ଭବିଷ୍ୟତ ସମ୍ବନ୍ଧରେ କହିବା ସହିତ ଏହା ଏକ ବିଶ୍ୱସ୍ତରୀୟ ବନ୍ଦର ଆଡକୁ ଅଗ୍ରସର ହେଉଥିବା ସୁଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବନ୍ଦର ଉପାଧ୍ୟକ୍ଷ ଏ.କେ.ବୋଷ ପାରାଦୀପ ବନ୍ଦର ଚଳିତ ଅର୍ଥିକ ବର୍ଷରେ ୧୧୪.୫୫ ଏମ୍ଏମ୍ଟି ସର୍ବୋଚ୍ଚ ପଣ୍ୟ କାରବାର କରି ରେକର୍ଡ କରିବା ସହିତ ଆଗାମୀ ଦିନରେ ପାରାଦୀପ ଭାରତର ଏକ ନମ୍ବର ବନ୍ଦର ଦିଗକୁ ଅଗ୍ରସର ହେଉଥିବା କହିଥିଲେ । ଏଥିପାଇଁ ସେ ବନ୍ଦରର କର୍ମଚାରୀଙ୍କ ସମେତ ସମସ୍ତ ସହଯୋଗକାରୀ ମାନଙ୍କ ଉଦ୍ୟମକୁ ପ୍ରସଂଶା କରିଥିଲେ । ଏହି ଉତ୍ସବରେ ଭାରତୀୟ ସାମୁଦ୍ରୀକ ଶିଳ୍ପରେ ଆଇଏଏମ୍ଏ ସୁରକ୍ଷା ବିଭାଗର ପୂର୍ବନ ନିର୍ଦ୍ଧେଶକ କ୍ୟାପଟେନ ଅଶୋକ ମହାପାତ୍ରଙ୍କ ସେବା ଓ ଅତୁଳନୀୟ ଅବଦାନ ପାଇଁ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ହେଭିଙ୍ଗ ଲାଇନ୍ ଥ୍ରୋ ଏବଂ ଦୌଡି ଚଢିବା ପତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବନ୍ଦର ଡେପୁ୍ୟଟି କନଜରଭେଟର କ୍ୟାପ୍ଟେନ ଏ.କେ.ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ହାରବର ମାଷ୍ଟର କ୍ୟପ୍ଟେନ ଏ.ସି.ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ସିନିୟର ମେରାଇନ୍ ଇଞ୍ଜିନିୟର ବବୁଲ ସିକ୍ଦାର ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.