Monday , May 23 2022
Home / ବିଶେଷ / ପାରାଦୀପ ଗସ୍ତରେ ଜାତୀୟ ପ୍ରତିରକ୍ଷା କଲେଜର ପ୍ରତିନିଧି ମଣ୍ଡଳୀ

ପାରାଦୀପ ଗସ୍ତରେ ଜାତୀୟ ପ୍ରତିରକ୍ଷା କଲେଜର ପ୍ରତିନିଧି ମଣ୍ଡଳୀ

ପାରାଦ୍ୱୀପ ୦୫/୦୪/୨୦୨୧(ଓଡ଼ିଶା ସମାଚାର)-ଭାରତ ଓ ଏହାର ଅର୍ଥନୈତିକ ସୁରକ୍ଷା ସଂପର୍କିତ ଷ୍ଟଡି ଟୁର କାର୍ଯ୍ୟକ୍ରମ ଅନ୍ତର୍ଗତ ନୂଆଦିଲ୍ଲୀସ୍ଥିତ ଜାତୀୟ ପ୍ରତିରକ୍ଷା ମହାବିଦ୍ୟାଳୟର ଏକ ୨୦ଜଣିଆ ପ୍ରତିନିଧି ମଣ୍ଡଳୀ ସଂପ୍ରତି ଓଡିଶା ଗସ୍ତରେ ଅଛନ୍ତି । ଏହି ଗସ୍ତର ପ୍ରଥମ ଦିନରେ ସେମାନେ ପାରାଦୀପ ସ୍ଥିତ ଆଇଓସିଏଲ୍ ବିଶୋଧନାଗାର ଏବଂ ପାରାଦୀପ ବନ୍ଦର ପରିଦର୍ଶନ କରିଛନ୍ତି । ଜାତୀୟ ପ୍ରତିରକ୍ଷା କଲେଜର ବରିଷ୍ଠ ଅଧିକାରୀ ମେଜର ଜେନେରାଲ ଏଚ୍,ବି.ପିଲାଇ ଙ୍କ ନେତୃତ୍ୱାଧିନ ଏହି ପ୍ରତିନିଧି ମଣ୍ଡଳୀରେ ଭାରତୀୟ ସେନା, ପ୍ରଶାସନିକ ସେବା ଓ ପଡୋଶୀ ବନ୍ଦୁ ଦେଶର ଅଧିକାରୀ ମାନେ ରହିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀ ବନ୍ଦର ପରିଚାଳନାକୁ ପ୍ରତ୍ୟକ୍ଷ ଭାବେ ଦେଖିବା ପରେ ଅପରାହ୍ନାରେ ବନ୍ଦର ପ୍ରଶାସନିକ ଭବନର ବୋର୍ଡ ରୁମରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଡା. କାହ୍ନୁ ଚରଣ ଧିରଙ୍କ ଉପସ୍ଥିତିରେ ବନ୍ଦର ଉପାଧ୍ୟକ୍ଷ ଆଶିସ କୁମାର ବୋଷ ସେମାନଙ୍କୁ ବନ୍ଦରର ପରିଚାଳନା ସମ୍ପର୍କରେ ଅବଗତ କରାଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ମାଓବାଦୀ ଅଶୋକ ପୁନେଙ୍କ ଆତ୍ମସମର୍ପଣ

ଫୁଲବାଣୀ ୨୨/୦୫/୨୦୨୨( ଓଡ଼ିଶା ସମାଚାର )- ମାଓବାଦୀ ଅଶୋକ ପୁନେଙ୍କ ଆତ୍ମସମର୍ପଣ । କନ୍ଧମାଳ ଏସ୍ପି ଭିନୀତ ଅଗ୍ରଓ୍ୱାଲଙ୍କ ନିକଟରେ …

Leave a Reply

Your email address will not be published. Required fields are marked *