ଭୁବନ ୦୫/୦୪/୨୦୨୧(ଓଡ଼ିଶା ସମାଚାର)-ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଅଧିନସ୍ଥ ସର୍ବଭାରତୀୟ ସଂଯୋଜିତ କାଜୁ ଗବେଷଣା ପ୍ରକଳ୍ପ ,ଭୁବନେଶ୍ୱର ଆନୁକୂଲ୍ୟରେ ଗଁନ୍ଦିଆ ବ୍ଲକ ଚୁଡାଖିଆକାଟେଣୀ ଗ୍ରାମରେ ଅନୁସୂଚିତ ଜନଜାତି ଉପଯୋଜନା ମାଧ୍ୟମରେ କାଜୁ ଉତ୍ପାଦନ ବୃଦ୍ଧି ପାଇଁ ଉଦ୍ୟାନ ଭିତିକ ପଦ୍ଧତି ସମ୍ନନ୍ଧରେ ଆଜି ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଂଚଳିକ କୃଷି ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ସଂପ୍ରସାରଣ କେନ୍ଦ୍ର ଢେଙ୍କାନାଳ ର ସହଯୋଗୀ ଗବେଷଣା ନିର୍ଦ୍ଧେଶକ ଡଃ ଦେବାଶିଷ ସ୍ୱାଇଁ ପୌରହିତ୍ୟ କରି କାଜୁ ଫସଲ କିଭଳି ଅଧିକ ଅମଳ ହେବ ଓ ଉତ୍ପାଦନ ବୃଦ୍ଧି ହେବ ସହିତ ଅଧିକ ଲାଭ ମିଳିବ ସେ ସଂପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । କାଜୁ ଗବେଷଣା ପ୍ରକଳ୍ପ,ଭୁବନେଶ୍ୱର ଭାରପ୍ରାପ୍ତ ଅଧିକାରୀ ପ୍ରଫେସର ପ୍ରମୋଦ କୁମାର ପଣ୍ଡା,ବରିଷ୍ଠ ଉଦ୍ୟାନବିତ୍ ଡଃ ସୁନିଲ ସାମଲ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ କାଜୁ ଫସଲର ବିଭିନ୍ନ କିସମ,ଅମଳ ଓ ଉତ୍ପାଦିକା ଶକ୍ତିବୃଦ୍ଧି ବିଭିନ୍ନ ଜ୍ଞାନ କୌଶଳ ଓ ନୂତନ ବୈଜ୍ଞାନିକ ତଥ୍ୟ ପ୍ରଦାନ କରିଥିଲେ । କୀଟତତ୍ୱବିତ୍ ଡକ୍ଟର ତ୍ରୀନାଥ ଖଣ୍ଡାୟତ ରାୟ କାଜୁ ଫସଲର ବିଭିନ୍ନ ରୋଗ ,ପୋକ ଓ ନିରାକରଣ ସଂପର୍କରେ ଆଲୋକପାତ କରିଥିଲେ । ଚୁଡାଖିଆକାଟେଣୀ ଗ୍ରାମର ୫୦ ରୁ ଉଦ୍ଧ୍ୱର୍ ଅଗ୍ରଣୀ କାଜୁ ଚାଷୀ ଯୋଗଦେଇଥିଲେ । ଯୁବ କୃଷି ଉଦ୍ୟୋଗୀ ପ୍ରାଂଶୁ କୁମାର ଦାସ ଙ୍କ ସମେତ ପ୍ରତାପ ଚନ୍ଦ୍ର ସାମଲ ସମେତ ଗ୍ରାମ ସଭାପତି ଅମୀନ ଦେହୁରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ବୈଜ୍ଞାନିକ ମାନେ କାଜୁ ଚାଷୀ ମାନଙ୍କ ସହିତ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ । ଓଡ଼ିଶା ସମାଚାର