କେନ୍ଦ୍ରାପଡା,୦୫/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗାଁ କଲ୍ୟାଣ ସମିତିର କୋଭିଡ-୧୯ରେ ଗ୍ରାମ୍ୟ ନିରିକ୍ଷଣ ଓ ୱାର୍ଡ ନିରିକ୍ଷଣ କମିଟିର ସଭ୍ୟସଭ୍ୟାମାନଙ୍କୁ ନେଇ ଆଗାମୀ ଦିନରେ କରୋନା ସଚେତନତା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ କପାଳେଶ୍ୱର ପଂଚାୟତର ସରପଂଚ ଗାୟତ୍ରୀ ମହାନ୍ତି ମୁଖ୍ୟ ଅତିଥି ଓ ବ୍ଲକ ଉପସଭାପତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଗ୍ରାମର ୱାର୍ଡସଭ୍ୟ ଓ ଭଦ୍ରବ୍ୟକ୍ତି ମଲ୍ଲିକ ଅଲିଜାନ, କେ. ଗୌରୀରାଓ, ସେକ ଅୟୁନୁଲ ଇସଲାମ, ସୟଦ ସମସେର ଅଲ୍ଲୀ, ଏମଡି.ପରୱେଜ ସଜାଦ, ରାମଚନ୍ଦ୍ର ସାହୁ, ମୀର ସଫିକ, ଅବଦୁଲ ସଲିମ, ଅବଦୁଲ କଲାମ, ଦାମୋଦର ସାହୁ, ଅକ୍ଷୟ କୁମାର ଦାସ, ସଂଗ୍ରାମକେଶରୀ ମହାନ୍ତି ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନୱାଡିକର୍ମୀ କୁମୁଦିନି ମହାନ୍ତି, ସମସେରା ବେଗମ, ବାସନ୍ତି ସାହୁ, ଗୀତାଞ୍ଜଳି ମହାନ୍ତି, ଭାରତୀ ମଲ୍ଲିକ, ସହାୟୀକା ସାବିତ୍ରୀ ଦାସ, ନଗମା ବିବି, କଇନାରାଣୀ ପାତ୍ର, ଆଶାକର୍ମୀ କଳ୍ପନା ମହାନ୍ତି ଓ ପୁଷ୍ପଲତା ଜେନା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର