କେନ୍ଦ୍ରାପଡା, ୦୫/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ଇମାମବଡାର କୁ୍ୟରେସି ମହଲା ସ୍ଥିତ କ୍ଲବ ଟାଉନ ପରିସରରେ “ଯୁଥ୍ ବ୍ଲଡ କନେକ୍ଟ ଅରଗାନାଇଜେସନ” ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ କେଜିଏନ କମିଟି ସଭାପତି ସେକ ସାବିର ହୋସେନ ଓ ଜିଲ୍ଲା ବିଜେଡି ସଂଖ୍ୟାଲାଘୁ ସେଲର ସଭାପତି ମହମ୍ମଦ ସେକ ଇନାୟତ(ଚନ୍ଦନ) ଅତିଥି ଭାବେ ଯୋଗଦେଇ ମିଳିତ ଭାବେ ଉଦ୍ଘାଟନ କରିବା ସହ ରକ୍ତଦାନ ଏକ ମହତ ଦାନ ବୋଲି ବକ୍ତବ୍ୟ ରଖିଥିଲେ । ସମାଜରେ ରକ୍ତଦାନ ଭଳି ଆଉ କିଛି ମହତ କାର୍ଯ୍ୟ ନାହିଁ । ତେଣୁ ପ୍ରତ୍ୟେକ ସୁସ୍ଥ ବ୍ୟକ୍ତି ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ରକ୍ତଦାନ ତଥା ଜୀବନ ଦାନ କରିବା ଉଚିତ ବୋଲି ଅତିଥରମାନେ ମତବ୍ୟକ୍ତ କରିଥିଲେ । ଏହି ରକ୍ତଦାନ ଶିବିରରେ ସେକ ରସନ, ମୁନାବାବୁ, ଏମଡି ଆସିଫ ଅନୱାର, ସୟଦ ମୁମତାଜ ଅଲ୍ଲୀ, ସେକ କବିରୁଦ୍ଧିନ, ରାଜାବାବୁ ପ୍ରମୁଖ ଯୋଗଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର