ସାଲେପୁର,୦୪/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) – ଦୀର୍ଘ ୪ବର୍ଷ ଧରି ଶ୍ରମିକଙ୍କ ଶ୍ରମ ପ୍ରଦାନରେ ଚଞ୍ଚକତା କରି ବ୍ୟାପକ ଠକେଇ କରୁଥିବା ଅଭିଯୋଗରେ ସରକାରୀ ଗୋଦାମଗୃହ ଗେଟ ସମ୍ମୁଖରେ କାର୍ୟ୍ୟବନ୍ଦ କରି ଧାରଣାରେ ବସିଲେ ଶ୍ରମିକମାନେ। ମାସକୁ ମାତ୍ର ୫ରୁ ୬ହଜାର ଲେଖାଏଁ ଶ୍ରମ ଅର୍ଥ ପ୍ରଦାନ କରି ଗୋଦାମ ମାଲିକ ୧୫ହଜାରରୁ ଉର୍ଦ୍ଧ ଟଙ୍କା ସେମାନଙ୍କ ନାମରେ ବିଲ କରୁଥିବା ସଂକ୍ରାନ୍ତ ରେ ତଥ୍ୟ ସମ୍ବଳିତ କାଗଜପତ୍ର ପାଇବା ପରେ ସେମାନେ ସେମାନଙ୍କ ବକେୟା ପ୍ରାପ୍ୟର ତଦନ୍ତ ଓ ଶ୍ରମ ରାଶି ଅନଲାଇନ ମାଧ୍ୟମରେ ପ୍ରଦାନ ଦାବିରେ ଧାରଣାରେ ବସିଛନ୍ତି। ଶ୍ରମିକମାନଙ୍କ ଏଭଳି ଧାରଣା ଦେଖିବାକୁ ମିଳିଛି କଟକଜିଲ୍ଲା ସାଲେପୁର ବ୍ଲକ କଟରପା ଠାରେ। କଟରପାଠାରେ ଥିବା
ଅଧିକ କ୍ଷମତା ବିଶିଷ୍ଟ ସରକାରୀ ଗୋଦାମ ଗୃହର ଶ୍ରମିକମାନେ ସେମାନଙ୍କ ଶ୍ରମଜନିତ ଉଚିତ ପ୍ରାପ୍ୟ ଲୁଟ ହେଉଥିବା ଅଭିଯୋଗ ବହୁଥର ଜିଲ୍ଳାପାଳ, ମୁଖ୍ୟମନ୍ତ୍ରୀ, ଯୋଗାଣ ବିଭାଗ ,ସ୍ଥାନୀୟ ପୋଲିସକୁ ଜଣାଇଥିଲେ ହେଁ କୌଣସି ସୁଫଳ ମନମିଳିବାରୁ ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି। ତେବେ ଯେଉ ପର୍ୟ୍ୟନ୍ତ ସେମାନଙ୍କ ଦାବି ପୁରାଣ ନ ହୋଇଛି ସେ ପର୍ୟ୍ୟନ୍ତ ଧାରଣା ବଳବତ୍ତର ରହିବ ବୋଲି ସେମାନେ କହିଛନ୍ତି। ଅନ୍ୟପଟେ ଏନେଇ ଗୋଦାମ ଗୃହ ପରିଚଳନା ଦାୟିତ୍ବରେ ଥିବା ଅଭିରାମ ସାହୁଙ୍କୁ ପଚାରିବାରୁ ସେ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦେଇଥିବାର କହିଛନ୍ତି। ଓଡିଶା ସମାଚାର