କେନ୍ଦ୍ରାପଡା, ୦୪/୦୪/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ଯୁବ କଂଗ୍ରେସ ସଭାପତି ଡଃ. ସ୍ମୃତିରଞ୍ଜନ ଲେଙ୍କା କେନ୍ଦ୍ରାପଡାର ଯୁବ ସଂଗଠକ ରତିକାନ୍ତ ସାମଲଙ୍କୁ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ର ପାଇଁ ଯୁବ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ଯୁବନେତା ଶ୍ରୀ ସାମଲଙ୍କ ଉପରେ ଭରସା କରି ତାଙ୍କୁ ଏଭଳି ଗୁରୁ ଦାୟୀତ୍ୱ ପ୍ରଦାନ କରାଯାଇଥିବାରୁ ସେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ଲେଙ୍କା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ପ୍ରଦେଶ କଂଗ୍ରେସ ସୋସିଆଲ ମିଡିଆର ସାଧାରଣ ସମ୍ପାଦକ ସମ୍ବିତ ଶ୍ରୀଚନ୍ଦନଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି । ଓଡ଼ିଶା ସମାଚାର