Saturday , April 1 2023
Breaking News
Home / ବିଶେଷ / ମହିଳାଙ୍କୁ  ମାଡମାରିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ  -ପୋଲିସ ଚୁପ ହୋଇ ବସିଛି

ମହିଳାଙ୍କୁ  ମାଡମାରିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ  -ପୋଲିସ ଚୁପ ହୋଇ ବସିଛି

କେନ୍ଦ୍ରାପଡା, ୦୪/୦୪/୨୦୨୧(ଓଡ଼ିଶା ସମାଚାର)- ଜନୈକ ମହିଳାଙ୍କୁ ମାଡମାରିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ନିକିରାଇ ଥାନା ପୋଲିସ ଅଭିଯୋଗ ପରେବି ଚୁପ ହୋଇ ବସିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲାର ନିକିରାଇ ଥାନା ଅନ୍ତର୍ଗତ କୋରୋ ଗ୍ରାମର ଜୀତେନ୍ଦ୍ର ପ୍ରଧାନଙ୍କ ପତ୍ନୀ ସୁଚିସ୍ମିତା ପ୍ରଧାନ ନିକିରାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ଶାଶୁଘର ପୂର୍ବ ବିବାଦକୁ ନେଇ  ତାଙ୍କୁ ,ତାଙ୍କ ପିତାମାତା ଓ ମାମୁଁ ମାଇଁଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିବା ରୁ କେନ୍ଦ୍ରାପଡା ଏସଡିଜେଏମଙ୍କ କୋର୍ଟରେ ୧୧୧/୨୦୨୦ରେ ଏକ ମିସକେଶ ଚାଲିଛି । ଏତଦବ୍ୟତିତ ଗତ ମାର୍ଚ୍ଚମାସ ୩୦ତାରିଖରେ ତାଙ୍କ ଅଭିଯୋଗ ଆଧାରରେ ନିକିରାଇ ଥାନାରେ ୫୯/୨୦୨୧ରେ ଏକ ମାମଲା ଦାୟର ହୋଇଛି । ସେହି ଆକ୍ରୋଶରୁ ଅଭିଯୁକ୍ତମାନେ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ଶାଶୁଘରେ ସୁଚିସ୍ମିତା ରହୁଥିବା ଘର ଭିତରକୁ ଜୋରଜବରଦସ୍ତି ପଶି ତାଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ଅସଦ ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି । ସୁଚିସ୍ମିତାଙ୍କ ଚିତ୍କାର ଶୁଣି ତାଙ୍କ ମାମୁଁ ଘଟଣାସ୍ଥଳକୁ ଆସି ପ୍ରତିବାଦ କରିବାରେ ଅଭିଯୁକ୍ତମାନେ ତାଙ୍କୁ ଆକ୍ରମଣ କରିବାରେ ତାଙ୍କ ମୁଣ୍ଡ କ୍ଷତବିକ୍ଷତ  ହୋଇଥିବା ସେ କହିଛନ୍ତି । ତାଙ୍କ ମାମୁଁ ଓ ମାଇଁ ଡାକ୍ତରଖାନାରେ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଅଭିଯୁକ୍ତମାନେ ସୁଚିସ୍ମିତାଙ୍କର ଏକ ସୁନା ଚେନ,କାନଫୁଲ ସମେତ ନଗଦ ୧୦ହଜାର ଟଙ୍କା ଜୋରଜବରଦସ୍ତ ତାଙ୍କ ଠାରୁ ଛଡାଇ ନେଇଥିବା ଅଭିଯୋଗ ହୋଇଛି । ଥାନା ଅଧିକାରୀ କାବୁଲି ବାରିକ କହିଛନ୍ତି ଯେ ସୁଚିସ୍ମିତାଙ୍କ ଅଭିଯୋଗ ଉପରେ ଆଇ.ପି.ସି.ର ୩୦୭ ଦଫାରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.