କେନ୍ଦ୍ରାପଡା, ୦୪/୦୪/୨୦୨୧(ଓଡ଼ିଶା ସମାଚାର)- ବଳଦେବ ଜୀଉ ବିଦ୍ୟାଭବନ ପରିସରରେ ବିଶିଷ୍ଟ ଶିକ୍ଷାବୀତ ତଥା ବିଇଡି କଲେଜର ପ୍ରାଣପ୍ରତିଷ୍ଠାତା ସ୍ୱର୍ଗତ ଡଃ.କୃଷ୍ଣଚନ୍ଦ୍ର ବସ୍ତିଆଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସଭା ପୁରାତନ ଛାତ୍ରସଂସଦ ଓ ବଳଦେବଜୀଉ ବିଦ୍ୟାଭବନର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଭବାନୀ ପ୍ରସାଦ ଓଝାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା ଓ ସମ୍ମାନିତ ଅତିଥି ଭାବେ ଶିକ୍ଷାବୀତ ଈଶ୍ୱର ଚନ୍ଦ୍ର ସାହୁ, କୁଳମଣୀ ନାୟକ, ଡା. ନିରଞ୍ଜନ ପରିଡା, ପଣ୍ଡିତ ହୃଷିକେଶ ର. ବିଜୟ କେତନ ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବସ୍ତିଆଙ୍କ ସ୍ମୃତିଚାରଣ କରିବା ସହ ଅନୁଷ୍ଠାନର ଉରୋର ଉନ୍ନତି କାମନା କରି ତାଙ୍କର ଅବଦାନ ଅତୁଳନୀୟ ବୋଲି ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୃପାସିନ୍ଧୁ ସାହୁ, ଶାନ୍ତିଲତା କର, ଅଧ୍ୟାପକ ଅଶୋକ କୁମାର ଦାସ, ଗଦାଧର ବେହେରା, ଡଃ.ସ୍ମୃତିରଞ୍ଜନ ବେହେରା, ଗୈାରାଙ୍ଗ ଚରଣ ସାହୁ, ଗଙ୍ଗାଧର ସାହୁ, ଭୈରବାନନ୍ଦ ସାମଲ, ଅଧ୍ୟକ୍ଷ ଲକ୍ଷ୍ମୀଧର ପଲାଇ, ଦିନବନ୍ଧୁ ଲେଙ୍କା, କ୍ଷୀରୋଦ ବେହେରା, ସ୍ୱାଗତିକା ଓଝା, ମଞ୍ଜୁଲତା ପ୍ରଧାନ, ଶିକ୍ଷକ ମଧୁସୁଦନ ବେହେରା, ଡଃ. ପ୍ରଭାକର ମଲ୍ଲିକ, ଉମଚରଣ ପ୍ରଧାନ, ନିରାକାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ମଧୁସୁଦନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର