ନିରାକାରପୁର,୦୪/୦୪/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ପଂଚୁଦୋଳ ଯାତ୍ରା ଶୋଭାଯାତ୍ରାବେଳେ ଗତ ରାତିରେ ଗଣ୍ଡଗୋଳ ଘଟିଥିବା ସୂଚନା ମିଳିଛି । ଘଟଣାରୁ ଜଣାପଡ଼ିଛି କି ପ୍ରତିବର୍ଷ ଭଳି ଛଣଗିରିରେ ପଂଚୁଦୋଳ ଯାତ୍ରା ପାଇଁ ଠାକୁରମାନଙ୍କ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଜଙ୍କିଆ ପୋଲିସ ଆଇଆଇସି ସତ୍ୟବ୍ରତ ଲେଙ୍କା ପୋଲିସ ଫୋର୍ସ ସହିତ ଶାନ୍ତି ଶୃଖଂଳା ରକ୍ଷା କରୁଥିଲେ । କୋଭିଡ଼ ନିୟମ ମାନି ଶୋଭାଯାତ୍ରାକୁ ଶୀଘ୍ର ନେବାକୁ ପୋଲିସ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ । ଏହି ସମୟରେ କିଛି ଗ୍ରାମବାସୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ମାଡ଼ପିଟ ଆରମ୍ଭ ହୋଇଥିଲା । ପରେ ପୋଲିସ ଏହାକୁ ଆୟତକୁ ଆଣିଥିଲା । ଆଜି ଜଣକୁ ନେଇ ପଚରାଉଚରା କରି ଛାଡ଼ିବା ପରେ ଗ୍ରାମର ଶାନ୍ତି କମିଟି ବସି ଏହାର ସମାଧାନ କରାଯାଇଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର