Thursday , March 23 2023
Home / ବିଶେଷ / ଗରଦପୁର ବ୍ଲକ ସ୍ତରୀୟ ଉପଭୋକ୍ତା ଖାଉଟି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଗରଦପୁର ବ୍ଲକ ସ୍ତରୀୟ ଉପଭୋକ୍ତା ଖାଉଟି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡା, ୦୪/୦୪/୨୦୨୧(ଓଡ଼ିଶା ସମାଚାର)- ଶ୍ରୀ ସତ୍ୟସାଇ ବୈଷୟିକ ଅଗ୍ରଗତି  ସେବା ସଂସ୍ଥା (ସୀତା) ମଦନା ଆନୁକୁଲ୍ୟରେ କଳାବୁଦା ବାରୁଣୀ ଠାରେ କେନ୍ଦ୍ରାପଡା ଜିଲ୍ଲାର ବୈଧ ମାପ ବିକାନଙ୍କ ସହଯୋଗରେ ସୀତା ସଂସ୍ଥାର ଉପଦେଷ୍ଟା ସମାଜସେବୀ ଶିଶିର କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଓ କିଶୋର ନ୍ୟାୟିକ ନ୍ୟାୟାଳୟର ବିଚାରପତି ପ୍ରଫେସର ବିପିନ ବିହାରି ବାରିକ ମୁଖ୍ୟ ଅତିଥି ଭାବେ , ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡା ଓ ଯାଜପୁରର ଜିଲ୍ଲାର ବୈଧମାପ  ବିଜ୍ଞାନର ସହକାରୀ ନିୟନ୍ତ୍ରକ ସୁରେଖା ରଥ ଓ ବିଶିଷ୍ଟ ଶିକ୍ଷାବୀତ ପଣ୍ଡିତ ପ୍ରଫୁଲ୍ଲ ପଣ୍ଡା, ବୈଧମାପ ବିଜ୍ଞାନର ନିରଞ୍ଜନ ପଣ୍ଡା  ସମ୍ମାନିତ ଅତିଥି ଭାବେ ଯୋଗଦେଇଲେ । ସମ୍ପାଦକ ପ୍ରଶନ୍ନ କୁମାର ଦାସ ସଂସ୍ଥାର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଖାଉଟିମାନେ ସଚେତନ ହେଲେ ଦେଶ ଓ ରାଜ୍ୟରେ ରାମରାଜ୍ୟ ସମ୍ଭବ ହେବା ସେଙ୍ଗ ସେଙ୍ଗ ଅସାଧୁ ବ୍ୟବସାୟୀମାନେ ନିଜର ଫାଇଦା ହାସଲ କରିପାରିବେ ନାହିଁ ବୋଲି ବକ୍ତାମାନେ ମନ୍ତବ୍ୟ ରଖିଥିଲେ ।ଏହି କାର୍ଯ୍ୟକ୍ରମରେ ଗରଦପୁର ବ୍ଲକର ୫୦ଜଣ ଚାଷୀ ଓ ସୀତା ସଂସ୍ଥାରେ କାର୍ଯ୍ୟ କରୁଥିବା ୧୮ଜଣ କିଷାନ ସହାୟକ,ସହାୟିକା ଯୋଗଦେଇଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.