କେନ୍ଦ୍ରାପଡା, ୦୪/୦୪/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ସବୁବେଳେ ଅସହାୟ ଲୋକମାନଙ୍କୁ ସହାୟତାର ହାତ ବଢାଇ ଥାଏ । ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଡଃ. ଦେବେନ୍ଦ୍ର କୁମାର ଦାସ ସୁଦୂର ଆମେରିକାରେ ଥାଇ ମଧ୍ୟ ବଡହାଟ ଇମାମବାଡାରେ ଅଗ୍ନିବିପନ୍ନଙ୍କ ସମ୍ପର୍କରେ ଖବରପାଇ ତୁରନ୍ତ ସେମାନଙ୍କୁ ସହାୟତା ପ୍ରଦାନ କରିବାକୁ ଟ୍ରଷ୍ଠର ସଂଯୋଜକ ତଥା ଜନସେବକ ପ୍ରଦୀପ କୁମାର ମହାନ୍ତିଙ୍କୁ ଅନୁରୋଧ କଲେ । ସଂଯୋଜକ ଶ୍ରୀ ମହାନ୍ତି ସଦସ୍ୟ ଚିତରଞ୍ଜନ ଦାସଙ୍କ ସହ ବିପନ୍ନ ପରିବାରଙ୍କ ପାଖରେ ପହଁଚି ସେମାନଙ୍କୁ ଶାନ୍ତ୍ୱନା ପ୍ରଦାନ କରି ଷ୍ଟୋଭ, ବିସ୍କୁଟ, ଚୁଡା,ଶାଢୀ ଓ ଲୁଙ୍ଗି ପ୍ରଭୃତି ସହାୟତା ଦେଇ ଏଭଳି ବିପି ସମୟରେ ଧର୍ଯ୍ୟ ଧରିବାକୁ ପରାମର୍ଶ ଦେଇଥିଲେ । ଏଥିସହିତ ବିପନ୍ନ ପରିବାର ଗୁଡିକୁ ସରକାରୀ ଯୋଜନାର ଅନ୍ତର୍ଭୁକ୍ତ କରି ସେମାନଙ୍କୁ ପକ୍କାଘର ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସେକ ଫାରୁକ ସହଯୋଗ କରିଥିଲେ । ଓଡ଼ିଶା ସମାଚାର