Sunday , April 2 2023
Breaking News
Home / ବିଶେଷ / ଶୁଭଲକ୍ଷ୍ମୀ କ୍ରସିଂ ବଜାର ବ୍ୟବସାୟୀ ସଙ୍ଘରେ ଲଛମନଜୀଉ ଭୋଗଖାଇଲେ

ଶୁଭଲକ୍ଷ୍ମୀ କ୍ରସିଂ ବଜାର ବ୍ୟବସାୟୀ ସଙ୍ଘରେ ଲଛମନଜୀଉ ଭୋଗଖାଇଲେ

କେନ୍ଦ୍ରାପଡା, ୦୩/୦୪/୨୦୨୧(ଓଡ଼ିଶା ସମାଚାର)- ଠାକୁରହାଟର ଲଛମନଜୀଉ ଠାକୁର ଗୁରୁବାର ପୁରୁଣାବସଷ୍ଟାଣ୍ଡ ମେଲଣରେ ଯୋଗଦେବାକୁ ରୋଷଣି କରି ଆସିବା ସମୟରେ ଦୁହୁରିଆସ୍ଥିତ ଶୁଭଲକ୍ଷ୍ମୀ କ୍ରସିଂ ବଜାରବ୍ୟବସାୟୀ ସଙ୍ଘ ପକ୍ଷରୁ ବିମାନ ନିକଟରେ ଭୋଗ ଲାଗି ହୋଇଥିଲା । ସଙ୍ଘର ସଭାପତି କ୍ଷେତ୍ରବାସୀ ସାହୁ ଏବଂ ସମ୍ପାଦକ ସନାତନ ମୁଦୁଲି ଲଛମନଜୀଉଙ୍କ ବିମାନକୁ ଆମନ୍ତ୍ରଣ କରିବା ସହ ଠାକୁରଙ୍କ ନିକଟରେ ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥିବା ଭୋଗ  ଲାଗି ପାଇଁ ପ୍ରଦାନ କରିଥିଲେ । ଲଛମନଜୀଉ ସେଠାରୁ ଭୋଗଖାଇବା ପରେ ପୁରୁଣାବସଷ୍ଟାଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.