Tuesday , March 28 2023
Home / ବିଶେଷ / ଶିଶୁ ପ୍ରତିଭା ଲଳିତ ନାରାୟଣ ସ୍ୱାଇଁ ପାଇଲେ “ଚିତ୍ରଶିଳ୍ପୀ ସମ୍ମାନ”

ଶିଶୁ ପ୍ରତିଭା ଲଳିତ ନାରାୟଣ ସ୍ୱାଇଁ ପାଇଲେ “ଚିତ୍ରଶିଳ୍ପୀ ସମ୍ମାନ”

 କଟକ , ୦୩/୦୪/୨୦୨୧(ଓଡ଼ିଶା ସମାଚାର)-  ୱେବ ଚେନାଲ ଉତ୍କଳ ନ୍ୟୁଜର ପ୍ରଥମ ସ୍ଵନକ୍ଷେତ୍ର ଦିବସ -୨୦୨୧ ଚୌଦ୍ୱାର ପୌର ଟାଉନହଲ ଠାରେ ଅନୁଷ୍ଟିତ ହୋଇ ବିଭିନ୍ନ ପ୍ରତିଭାଙ୍କ ସହ ଚିତ୍ରକଳା ତଥା ଶିକ୍ଷା ଦିଗରେ ଅନନ୍ୟ କୃତିତ୍ୱର ସ୍ୱୀକୃତି ସ୍ୱରୂପ କଟକ ସଦର କନ୍ଦରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚତୁର୍ଥ ଶ୍ରେଣୀର କୃତିଛାତ୍ର ଲଳିତ ନାରାୟଣ ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସୂଚନାଯୋଗ୍ୟ ଲଳିତ ବିଭିନ୍ନ ସଂଗଠନ ପକ୍ଷରୁ ପୁରସ୍କୃତ ହୋଇ ଜନ୍ମମାଟି ଫକୀରପଡା, କନ୍ଦରପୁର ଅଞ୍ଚଳ ପାଇଁ ଗୌରବ ଆଣିବା ସହ ବୁଦ୍ଧିଜୀବୀ ମହଲ ତଥା ବିଭିନ୍ନ  ସଂଗଠନ ଯଥା ସରସ୍ୱତୀ କଳା ପରିଷଦ-କନ୍ଦରପୁର, ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ-ଓଡ଼ିଶା (ବିସିଟି),ଉତ୍କଳ ବିକାଶ ପରିଷଦ-କଟକ ସଦର,ସ୍ବର୍ଗତ ବସନ୍ତ ଜେନା ସ୍ମୃତି ସଂସଦ-ଦାମୋଦରପୁର, ମୁହାଁଣ ସାହିତ୍ୟ ସଂସଦ-ମୁମ୍ବାଇ, ନେତାଜୀ ସୁବାଷ ସ୍ମୃତି ପରିଷଦ-ବୟାଳିଶମୌଜା,ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ଓ ଆନନ୍ଦ ନୃସିଂହ ସ୍ମୃତି ପୂଜ୍ୟପୂଜା ସଂସଦ-ବୟାଳିଶମୌଜା ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଇବାସହ ତାଙ୍କର ଉଟରୋତ୍ତର କାମନା କରିଛନ୍ତି,ଲଳିତ ଯୁବସାମ୍ବାଦିକ ବିଭୁ ପ୍ରସାଦ ସ୍ୱାଇଁ ଓ ସୁଗୃହିଣୀ ଇତିଶ୍ରୀ ମହାପାତ୍ରଙ୍କ ସୁପୁତ୍ର ଅଟନ୍ତି । ଏହି ଉତ୍ସବରେ ମାନ୍ୟବର ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ଵାଳ,ଚେନାଲ ମୁଖ୍ୟ ସୁନିତା ମହାପାତ୍ର ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତରହି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠାଲାଭ କରିଥିବା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.