Thursday , March 23 2023
Home / ବିଶେଷ / ବିଧାନସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ୩ ବିଧାୟକ  ସସ୍‌ପେଣ୍ଡ

ବିଧାନସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ୩ ବିଧାୟକ  ସସ୍‌ପେଣ୍ଡ

ଭୁବନେଶ୍ୱର,୦୩/୦୪/୨୦୨୧(ଓଡ଼ିଶା ସମାଚାର)-ବିଧାନସଭାରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରି ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣାରେ  ବାଚସ୍ପତି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବିଜେପିର ୩ ଜଣ ବିଧାୟକ ତଥା ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ଚଳିତ ଅଧିବେଶନ ପାଇଁ ବିଧାନସଭାରୁ ସସ୍‌ପେଣ୍ଡ  କରିଛନ୍ତି ।

ଅପର ପକ୍ଷରେ ଦଳର  ୩ ଜଣ ବିଧାୟକଙ୍କୁ ବାଚସ୍ପତି ସସ୍‌ପେଣ୍ଡ  କରିବା ପ୍ରତିବାଦରେ ବିଜେପି ର ସଦସ୍ୟ ମାନେ ଗୃହରେ କକ୍ଷ ତ୍ୟାଗ କରି ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ।ଓଡ଼ିଶା ସମାଚାର

Leave a Reply

Your email address will not be published.