Sunday , April 2 2023
Breaking News
Home / ସ୍ୱାସ୍ଥ୍ୟ / ପାରାଦୀପ ରେ ୪୫ ବର୍ଷ ରୁ ଉଦ୍ଧ୍ୱର୍ କରୋନା ଯୋଦ୍ଧା ଓ ସାଧାରଣ ଜନତା ଙ୍କୁ କୋଭିଡ୍-୧୯ ଟୀକାକରଣ

ପାରାଦୀପ ରେ ୪୫ ବର୍ଷ ରୁ ଉଦ୍ଧ୍ୱର୍ କରୋନା ଯୋଦ୍ଧା ଓ ସାଧାରଣ ଜନତା ଙ୍କୁ କୋଭିଡ୍-୧୯ ଟୀକାକରଣ

ପାରାଦୀପ ୦୩/୦୪/୨୦୨୧(ଓଡ଼ିଶା ସମାଚାର)- ବରିଷ୍ଠ ନାଗରିକ ଙ୍କ ପରବର୍ତୀ ପର୍ଯ୍ୟାୟ ରେ ସରକାରଙ୍କ ଘୋଷଣାନୁଯାୟୀ ଗୁରୁବାର ଓ ଶୁକ୍ରବାର ଦିନ ୪୫ ବର୍ଷ ରୁ ଉଦ୍ଧ୍ୱର୍ ଓ ୬୦ ବର୍ଷ ରୁ କମ୍ ବୟସ ର ବ୍ୟକ୍ତିମାନଙ୍କୁ କୋଭିଡ୍-୧୯ ଟୀକାକରଣ କରାଯାଇଛି । ଏହି ପରିପ୍ରେକ୍ଷୀ ରେ ପାରଦୀପ ବନ୍ଦର ଚିକିତ୍ସାଳୟ ରେ ସାମ୍ବାଦିକ ତଥା କରୋନା ଯୋଦ୍ଧା ଏବଂ ସାଧାରଣ ଲୋକ ଙ୍କୁ ଟୀକାକରଣ କରାଯାଇଥିଲା । ଏଥିରେ ପ୍ରଥମ ଦିନ ରେ ୫୨୮ ଜଣ ଙ୍କୁ ଟୀକାକରଣ କରାଯାଇଥିବା ବେଳେ ଦ୍ୱିତୀୟ ଦିନ ରେ ୫୮୩ ଜଣ ଙ୍କୁ ଟୀକାକରଣ କରାଯାଇଛି । ଏହି ଟୀକାକରଣ କାର୍ଯ୍ୟକ୍ରମ ମୁଖ୍ୟ ଚିକିତ୍ସାଧିକାରୀ ଡା.ପ୍ରହଲ୍ଲାଦ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା । ଉପମୁଖ୍ୟ ଚିକିତ୍ସାଧିକାରୀ ଡା.ଦୂର୍ଗା ପ୍ରସାଦ ସେଠୀ,ଡା. ଋୁନୁ ସିଂ, ଡା.ସେଲି ପ୍ରିୟା, ଡା. ବାଦଲ କୁମାର ସିଂ,ପ୍ରଶାନ୍ତ କୁମାର ଲେଙ୍କା ପ୍ରମୁଖ ଙ୍କ ସହଯୋଗ ରେ ଏହି ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.