Wednesday , March 29 2023
Home / ବିଶେଷ / ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ଭିନ୍ନ ଢଙ୍ଗରେ ପଂଚୁଦୋଳରେ ହୋଲି ପାଳନ

ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ଭିନ୍ନ ଢଙ୍ଗରେ ପଂଚୁଦୋଳରେ ହୋଲି ପାଳନ

କେନ୍ଦ୍ରାପଡା, ୦୩/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ଏକ ଭିନ୍ନ ଢଙ୍ଗରେ ପଂଚୁଦୋଳ ଅବସରରେ କେନ୍ଦ୍ରାପଡାରେ ହୋଲିପର୍ବ ପାଳିତ ହୋଇଯାଇଛି । ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି, ସଭ୍ୟ ଚିରଞ୍ଜନ ଦାସ ଓ ଗୋଲଖ ଚନ୍ଦ୍ର ପଢିଆରୀ ସହରର ମନକରପୁରସ୍ଥିତ ରେସୱା ସ୍ୱଧାର ଗୃହରେ ପହଁଚି ଅନ୍ତେବାସୀମାନଙ୍କୁ ଅଭିର, ବିସ୍କୁଟ ଓ ମିଷ୍ଟାନ୍ନ ବଂଟନ କରି ସେମାନଙ୍କ ସହିତ ପଂଚୁଦୋଳ ଅବସରରେ ହୋଲି ପାଳନ କରିଛନ୍ତି । ଏଥିସହିତ ରଙ୍ଗଖେଳ ହୋଲି ପର୍ବ ପାଳନ ସମ୍ପର୍କରେ ସେମାନଙ୍କୁ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱାଧାର ଗୃହର ତତ୍ୱାବଧାରିକା ମିନତୀ ମହାରଣା, ସେକ ଲିଆକତ ହୁସେନ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.