କେନ୍ଦ୍ରାପଡା, ୦୩/୦୪/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହର ଓ ଆଖପାଖ ଗ୍ରାମରେ ପଂଚୁଦୋଳ ଅବସରରେ ହୋଲିପର୍ବ ବହୁ ଆନନ୍ଦଉଲ୍ଲାସର ସହିତ ପାଳିତ ହୋଇଯାଇଛି । ସରକାରଙ୍କ କୋଭିଡ ଗାଇଡଲାଇନକୁ ଅନୁପାଳନ ପୂର୍ବକ ଲୋକମାନେ ନିଜ ଘର ଭିତରେ ହୋଲି ମନାଇଛନ୍ତି । ଶାନ୍ତିପୂର୍ଣ୍ଣ ଭାବେ ହୋଲି ପର୍ବ ପାଳିତ ହୋଇଛି । କୋଭିଡ କଟକଣା ଯୋଗୁଁ ନିଜ ଘର ଭିତରେ ପରିବାର ସଦସ୍ୟମାନଙ୍କୁ ନେଇ ଏହି ପର୍ବ ପାଳିତ ହୋଇଛି । ସାନମାନେ ବୟୋଜ୍ୟେଷ୍ଠଙ୍କ ପାଦରେ ଅଭିର ଲଗାଇ ଓ ସମବୟସ୍କମାନେ ଜଣେ ଅନ୍ୟ ଜଣଙ୍କ ମୁହଁରେ ଅଭିର ବୋଳି ହୋଲି ପର୍ବ ପାଳନ କରିବା ସହ ପରଷ୍ପର ମଧ୍ୟରେ ମିଠା ଖୁଆଇ ଏହି ଆନନ୍ଦର ପର୍ବ ହୋଲିକୁ ପାଳନ କରିଛନ୍ତି । ହୋଲିକୁ ନେଇ କୈାଣସି ଅଘଟଣ ଘଟିନଥିବା ଜଣାପଡିଛି । ଓଡ଼ିଶା ସମାଚାର