ଭୁବନେଶ୍ୱର, ୦୩/୦୪/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ୫ଟି କାର୍ୟ୍ୟଦିବସ ପୂର୍ବରୁ ଶେଷ ହେଲା । ନିର୍ଦ୍ଧାରିତ କାର୍ଯ୍ୟସୂଚୀର ୫ଟି କାର୍ୟ୍ୟଦିବସ ପୂର୍ବରୁ ଆଜି ବିଧାନସଭା ବଜେଟ୍ ଅଧିବେଶନକୁ ଶେଷ କରିଦିଆଯାଇଛି । ତେବେ ଏହି ଅଧିବେଶନରେ ମୋଟ ୨୬ଟି ବୈଠକ ବସିଥିଲା । ଯେଉଁଥିରେ ସମୁଦାୟ ୯ଟି ବିଲ୍ ପାରିତ ହୋଇଥିଲା । ବିଧାୟକଙ୍କ ସାନିଟାଇଜର ପିଇବା ପ୍ରସଙ୍ଗ, ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ଗୃହ ସରଗରମ ହୋଇଥିଲା । ଚଳିତ ଅଧିବେଶନରେ ଗୃହରେ ତମାମ ଗୁରୁତ୍ୱପୂଣ୍ଣ ବିଲ୍ ମଧ୍ୟ ଆସିଥିଲା । ଚଳିତ ଆର୍ଥିକ ବର୍ଷର ବଜେଟ୍ ସହ ଓଡିଶା ଲୋକାୟୁକ୍ତ ସଂଶୋଧନ ବିଲ୍, ସମିତି ପଞ୍ଜୀକରଣ ସଂଶୋଧନ ବିଲ୍, ବ୍ୟୟ ମଞ୍ଜୁରୀ ବିଲ୍ ଭଳି ୯ଟି ଗୁରୁତ୍ୱପୂର୍ଣ୍ଣ ବିଧାନସଭାରେ ପାରିତ ହୋଇଥିଲା । ଓଡ଼ିଶା ସମାଚାର