ଭୁବନେଶ୍ୱର, ୦୩/୦୪/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ। ଦୁଇ ଦିନ ହେଲା ଦୈନିକ ସଂଙ୍କ୍ରମଣ ୫ ଶହ ମୁହାଁ । ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ପୁନର୍ବାର ନାଇଟ କର୍ଫ୍ୟୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସ୍ବତନ୍ତ୍ର ରିଲିଫ୍ କମିଶନର ବର୍ତମାନ ରାଜ୍ୟର ୧୦ଟି ଜିଲାରେ ‘ନାଇଟ କର୍ଫ୍ୟୁ’ ଲାଗୁ କରିବାକୁ ନିର୍ଦେଶ ଜାରି କରିଛନ୍ତି। ସୋମବାରଠାରୁ ରାତି ୧୦ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ। ଏହି ସମୟରେ ଜରୁରୀକାଳିନ ସେବା ସାଙ୍ଗକୁ ସମସ୍ତ କାରଖାନା ଓ ନିର୍ମାଣ କାମ ଜାରି ରହିବ ବୋଲି କୁହାଯାଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ତଥା ଅପ୍ରିଲ ୫ରୁ ବରଗଡ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, କୋରାପୁଟ ଆଦି ୧୦ ଟି ଜିଲାରେ ‘ନାଇଟ୍ କର୍ଫ୍ୟୁ’ ଲାଗୁ କରାଯିବ। ସୀମାନ୍ତ ବର୍ତ୍ତି ରାଜ୍ୟ ଗୁଡିକରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାର ନିକଟବର୍ତ୍ତୀ ଜିଲାରେ ନାଇଟ କର୍ଫ୍ୟୁ ଲଗାଯାଇଛି। ଓଡ଼ିଶା ସମାଚାର
Check Also
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ
ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …