ସାଲେପୁର, ୦୨/୦୪/୨୦୨୧ (ଓଡିଶା ସମାଚାର/ଅଭୟ ଜେନା):ସାଲେପୁର ସତ୍ୟଭାମାପୁର ସାଇ ଶିଶୁ ବିଦ୍ୟାମନ୍ଦିରରେ ଉତ୍କଳ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍କଳଗୌରବ ମଧୁସୂଦନଙ୍କ ଦାସଙ୍କ ଫଟୋରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଏହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଛୋଟ ଛୋଟ ପିଲାମାନେ ନୃତ୍ୟ ଗୀତ ପରିବେଷଣ କରିଥିଲେ। ପରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ବେଳେ ତାଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ସ୍ଥାନୀୟ ଅଞ୍ଚଳର ପ୍ରଧାନ ଶିକ୍ଷକ ମାଧବ କୁମାର ସ୍ୱାଇଁ ଯୋଗ ଦେବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହ କରିଥିଲେ। ମୁଖ୍ୟ ବକ୍ତା ଭାବରେ ସାଲେପୁର ଅଂଚଳର ବରିଷ୍ଟ ସାମ୍ୱାଦିକ ଯୋଗ ଦେଇଥିଲେ। ଓଡିଶା ସମାଚାର